Home କୋରାପୁଟ ପଂଚାୟତ ନିର୍ବାଚନରେ  ସଂରକ୍ଷଣ ଆଧାରରେ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ କୋରାପୁଟ ଜିଲ୍ଲା ବିଜେପି...

ପଂଚାୟତ ନିର୍ବାଚନରେ  ସଂରକ୍ଷଣ ଆଧାରରେ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ କୋରାପୁଟ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଦାବି

69

କୋରାପୁଟ ୦୭-୦୧(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ପଂଚାୟତ ନିର୍ବାଚନରେ  ସଂରକ୍ଷଣ ଆଧାରରେ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ କୋରାପୁଟ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର କର୍ମକର୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।କୋରାପୁଟ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ବିଜୟ ଚନ୍ଦ୍ର ଏକୁଡୁଙ୍କ ନେତୃତ୍ୟରେ ସାଧାରଣ ସଂପାଦକ ଟଙ୍କଧର ବିଷୋୟୀ,ଜିଲ୍ଲା ବିଜେପି ଉପସଭାପତି ଜୟରାମ ଗରଡା,ସାଧାରଣ ସଂପାଦକ ଦେବେନ୍ଦ୍ର ମହାନ୍ତି,ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ପାଟନିଆ,ଜୟନ୍ତ ଖିଲ,ଶ୍ରୀଧର ପଟନାୟକ,ମହିପାଳ ସିଂ,ବି.ଶ୍ରୀଦେବୀ ,ଡି.ରାମାରାଓ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.