Home ଜିଲ୍ଲା ପରିକ୍ରମା ପଂଚାୟତରାଜ ଦିବସ ଉପଲକ୍ଷେ ଚାନ୍ଦବାଲି ବ୍ଲକସ୍ତରୀୟ ସମାରୋହରେ ନୂତନ ରାସନ କାର୍ଡ ବଂଟନ

ପଂଚାୟତରାଜ ଦିବସ ଉପଲକ୍ଷେ ଚାନ୍ଦବାଲି ବ୍ଲକସ୍ତରୀୟ ସମାରୋହରେ ନୂତନ ରାସନ କାର୍ଡ ବଂଟନ

42

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ ଗୁରୁବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରି ଠାରେ ଭିଡ଼ିଓ କନଫ୍ରେଶ ମାଧ୍ୟମରେ ବିଭିନ୍ନ ଯୋଜନାର ଭିତିପ୍ରସ୍ତର ସ୍ଥାପନ ସହ ନୂତନ ରାସନ କାର୍ଡ ପ୍ରଦାନ କରିଥିଲେ। ଏହି ପରିପେକ୍ଷୀରେ ଚାନ୍ଦବାଲି ବ୍ଲକ ପରିସରରେ ପଂଚାୟତରାଜ ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ କରାଯାଇଥିଲା । ଚାନ୍ଦବାଲି ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଭବତୋଷ ମଲ୍ଲିକଙ୍କ ଅଧକ୍ଷତାରେ ଚାନ୍ଦବାଲି ବ୍ଲକ ପରିସରରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ତହସିଲଦାର ଙ୍କ ସମେତ ଚାନ୍ଦବାଲି ବ୍ଲକରେ ବିଭିନ୍ନ ପଂଚାୟତରୁ ଆସିଥିବା ସରପଂଚ ଓ ସମିତି ସଭ୍ୟମାନେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ କରିଥିଲେ । ପ୍ରାରମ୍ଭରେ ବ୍ଲକ ଅଧକ୍ଷା ମିନତୀ ସୂତାର ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ସଭା ଆରମ୍ଭ ରେ ଆତଙ୍କି ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମଂଚରେ ତହସିଲଦାର ଭାବତୋଷ ମଲ୍ଲିକ, ଚାନ୍ଦବାଲି ଏନ, ଏ, ସି ଇଓ ଆଭାସ ରଞ୍ଜନ ପାଣିଗ୍ରାହୀ, ସରପଂଚ ସୁରଭି ନାୟକ, ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ଅଭୟ ବଳ, ସରତ ବେହୁରିୟା, ସୁବାଶ ଦାସ ଉପସ୍ଥିତ ରହି ମୋଟ ୧୨୦ରୁ ଉର୍ଦ୍ଧ ନୂତନ ହିତାଧିକାରୀଙ୍କୁ କାର୍ଡ ବଂଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ କନିଷ୍ଠ ଯନ୍ତ୍ରୀ ଅମୀୟ ପଲାଇ, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ମୀନକେତନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସମ୍ପାଦକ କମଳାକାନ୍ତ ସୂତାର, କିଶୋର ନାୟକ,ଜଗନ୍ନାଥ ରାଉତ, ଦିଲୀପ ରାଉତ,ପୂର୍ଣ୍ଣଚନ୍ଦ୍ର ପାଣି,ବିକାଶ ବେହେରା, ଚନ୍ଦନ ରାଉତ,କିଶୋର ନାୟକ,ତ୍ରିଦୀବେଶ ପ୍ରଧାନ,ସ୍ୱଦେଶ ପଣ୍ଡା, ଅବଦୁଲ ଆହେଦ ଖାନ, ବୃନ୍ଦବନ ମଣ୍ଡକ ପ୍ରମୁଖ ଉପସ୍ଥିତ ରହିବ ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.