Home ଜିଲ୍ଲା ପରିକ୍ରମା ପଂଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ପଂଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

4

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ବିଷ୍ଣୁ ମାତା ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ଆଜି ସପ୍ତ ମାତୃକା ବେଶ ର ପଂଚମ ଦିବସ ରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ମା ଙ୍କ ର ଜଗଦ୍ଧାତ୍ରୀ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଗହଳି ଲାଗିଥିଲା। ଜଗଦ୍ଧାତ୍ରୀ ବେଶ ରେ ମା ଙ୍କର ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିବା ବେଳେ ମା ନାଲି ପାଟ ବସ୍ତ୍ର ପରିଧାନ କରିଥିଲେ। ଦକ୍ଷିଣ ହସ୍ତ ଯୁଗଳ ରେ ଶଙ୍ଖ, ଚକ୍ର ଧାରଣ କରିଥିବା ବେଳେ ବାମ ହସ୍ତ ଯୁଗଳ ରେ ତ୍ରିଶୂଳ ଓ ଗଦା ଧାରଣ କରିଥିଲେ। ବ୍ୟାଘ୍ର ବାହନ ରେ ବିରାଜମାନ କରି ମା ଭକ୍ତ ମାନଙ୍କୁ ଚତୁର୍ଦ୍ଧା ମୂର୍ତି ରେ ଦର୍ଶନ ଦେଇଥିଲେ। ମା ଜଗତ କୁ ଧାରଣ କରିଛନ୍ତି, ସେ ପୋଷଣ କରୁଛନ୍ତି ପୁଣି ପାଳନ ମଧ୍ୟ କରୁଛନ୍ତି ।ସେ ଆଦି ପୁଣି ସେ ଅନାଦି,ସେ ଆରମ୍ଭ ପୁଣି ସେ ଅନନ୍ତ। ସୃଷ୍ଟି ର ଜୀବ ଜଗତ, ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ସବୁଠି ତାଙ୍କର ଶକ୍ତି ଓ ସତା ଅନୁଭୂତ ହୁଏ। ମା ଙ୍କ ବିନା ନିର୍ଦ୍ଦେଶରେ ଗଛ ରୁ ପତ୍ର ଟିଏ ମଧ୍ୟ ହଲି ନ ଥାଏ। ଜଗଦ୍ଧତ୍ରି ବେଶ ରେ ମା ଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଭକ୍ତ ବହୁ ଶକ୍ତି ର ଅଧିକାରୀ ହୋଇଥାଏ। ଶାସ୍ତ୍ର ମତାନୁସାରେ ଦେବତା ମାନେ ମଧ୍ୟ ମାଙ୍କୁ ଜଗଦ୍ଧାତ୍ରୀ ରୂପ ରେ ପୂଜା କରି ଶକ୍ତି ପ୍ରାପ୍ତ ହୋଇଥାନ୍ତି। ମହାଯଜ୍ଞ ର ପଞ୍ଚମ ଦିବସ ରେ ପୀଠରେ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ର ରେ ଆହୂତି ସହିତ ଗୀତା ପାଠ, ଶତ ଚଣ୍ଡିପାଠ, ବେଦ ପାଠ ରେ ମା ଙ୍କ ପୀଠ ପ୍ରକମ୍ପିତ ହେଉଛି।ସନ୍ଧ୍ୟା ଆଳତି ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଭଜନ ସନ୍ଧ୍ୟା ରେ ଆଧ୍ୟାତ୍ମିକ ଭଜନ ଶ୍ରୋତା ମାନଙ୍କ ମନ ମୋହିଥିଲା। ମଙ୍ଗଳ ବାର ମା ଭକ୍ତ ମାନଙ୍କୁ ମହସରସ୍ୱତି ବେଶରେ ଦର୍ଶନ ଦେବାକୁ ଥିବା ବେଳେ ବୁଧବାର ମା ଙ୍କର୍ ମହାଲକ୍ଷ୍ମୀ ବେଶ ସହ ମହାଯଜ୍ଞ ର ପୂର୍ଣ୍ଣାହୁତି ହେବ। ପୂର୍ଣ୍ଣାହୁତି ଅବସରରେ ପ୍ରାୟ ପନ୍ଦର ହଜାର ଭକ୍ତ ମାନଙ୍କ ନିମନ୍ତେ ପ୍ରାସାଦ ଓ ପହୁଡ଼ ଭୋଗ ର ବ୍ୟବସ୍ଥା ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ତରଫରୁ କରାଯାଇ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.