Home ଜିଲ୍ଲା ପରିକ୍ରମା ପଂଚବଟୀ ଆଶ୍ରମର ଶୁଭ ଭିତିପ୍ରସ୍ତର ସ୍ଥାପନ

ପଂଚବଟୀ ଆଶ୍ରମର ଶୁଭ ଭିତିପ୍ରସ୍ତର ସ୍ଥାପନ

5

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ବିଲଣା ଓ ତଳଗୋପବିନ୍ଧା ପଂଚାୟତ ସୀମାରେ ଥିବା ଦୋଷମାଳି ନାଳିଆ ନଦୀ କୂଳରେ ପଂଚବଟୀ ଆଶ୍ରମର ଶୁଭ ଭିତିପ୍ରସ୍ଥର ସ୍ଥାପନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ମୁରବୀ ବାଇଧର ଦାସ, ହରିହର ଜେନା, ତ୍ରିଲୋଚନ ମଳିକ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣଙ୍କ ତତ୍ୱାବଧାନରେ ଓ ସରପଂଚ ସଂଜୀବ ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସମାଜସେବୀ ପ୍ରମୋଦ ଦାସ, ରଘୁନାଥ ମଳିକ, ଅରୁଣ ନନ୍ଦ, ଅମରେନ୍ଦ୍ର ନାୟକ, ନିତ୍ୟାନନ୍ଦ ମଳିକ, କୃପାସିନ୍ଧୁ ବାରିକ, ବିମ୍ବାଧର ବେହେରା, ବିନୋଦ ସେଠୀ, ଶେଷଦେବ ପୁହାଣ, କୁଦୁଲି ମହାଳିକ, ଲକ୍ଷ୍ମୀପ୍ରିୟା ନାୟକ, କାମିନୀ ଲତା ମଳିକ, କନକଲତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ବୃଦ୍ଧାଶ୍ରମ ଓ ଗୋଶାଳା ନିର୍ମାଣ କରାଯାଇ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟ ଦିଆଯିବ। ଏଥିସହିତ ଗୋଶାଳାରେ ଗୋରୁମାନଙ୍କୁ ସୁରକ୍ଷିତ ଅବସ୍ଥାରେ ରଖାଯିବାର ଲକ୍ଷ୍ୟ ରଖା ଯାଇଛି ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.