Home ଜିଲ୍ଲା ପରିକ୍ରମା ନୟାଗଡ଼ ଷ୍ଟେସନରେ ପୁଣି ଉଡିଲା ନଭଶ୍ଚୁମ୍ଭି ଜାତୀୟ ପତାକା

ନୟାଗଡ଼ ଷ୍ଟେସନରେ ପୁଣି ଉଡିଲା ନଭଶ୍ଚୁମ୍ଭି ଜାତୀୟ ପତାକା

119

ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଟାଉନ ଷ୍ଟେସନରେ ପୁଣି ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗାଯିବା ପରିପ୍ରେକ୍ଷିରେ ନୟାଗଡ଼ ଟାଉନ ଷ୍ଟେସନରେ ଜାତୀୟ ପତାକା ଉଡ଼ିଥିଲାବେଳେ ଗତ କିଛିମାସ ହେଲା ଏଠାରୁ ଜାତୀୟ ପତାକାକୁ କାଢି ଦିଆଯାଇଥିଲା। ଏପରିକି ଷ୍ଟାଫମାନଙ୍କୁ ଏଠାରୁ ଅନ୍ୟତ୍ର ପଠାଯିବା ସହ ବିଭିନ୍ନ ଆନୁସଙ୍ଗୀକ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଥିଲା। ଯାହାକି ନୟାଗଡ଼ବାସୀଙ୍କ ମନରେ ସଂଶୟ ସୃଷ୍ଟି କରିଥିଲା। ହେଲେ ଏବେ ପୁଣି ଷ୍ଟେସନରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗାଯିବା ପରେ ନୟାଗଡ଼ ଷ୍ଟେସନରୁ ପୂଣି କମ୍ ଦିନ ଭିତରେ ରେଳ ଚଳାଚଳ କରିବା ନେଇ ସାଧାରଣରେ ଆଶା ସଂଚାର କରିଛି। ଉଲ୍ଲେଖଯୋଗ୍ୟ ନୟାଗଡ଼ ଷ୍ଟେସନରେ ପ୍ରଥମ କରି ନଭେମ୍ବର ୨୦୨୦ରେ ବହୁ ଉଚ୍ଚବିଶିଷ୍ଟ ଜାତୀୟ ପତାକା ଲାଗିଥିଲା ବେଳେ କୋଭିଡ ମହାମାରୀ ସକାଶେ ଦୀର୍ଘ ଏକବର୍ଷ ଧରି ବନ୍ଦ ରହିଥିବା ରେଳ ଚଳାଚଳ ଗତ ଅପ୍ରେଲ ମାସ ୧୩ ରେ ବିଦ୍ୟୁତ କରଣରେ କିଛିଦିନ ଧରି ଚାଲିଥିଲା। ଏପରିକି ପରବର୍ତ୍ତୀ ସମୟରେ ଜାତୀୟ ପତାକୁ ମଧ୍ୟ କାଢି ନିଆଯାଇଥିଲା। ତେବେ କୋଭିଡ୍ କଟକଣା ଟିକେ ହଟିବା ପରେ ବସ୍ ସେବା ସ୍ୱାଭାବିକ ହୋଇଥିବାବେଳେ ଏଠାରୁ ରେଳ ସେବା ନିକଟ ଭବିଷ୍ୟତରେ ସ୍ୱାଭାଭିକ ହେବା ନେଇ ଆଶା କରାଯାଉଛି। ଯାହାକି ଏଠାରୁ ବାହାର କରାଯାଇଥିବା ନଭଶ୍ଚୁମ୍ଭି ଜାତୀୟ ପତାକାକୁ ପୁଣି ଉଡ଼ୁଥିବା ଦେଖି ଲୋକଙ୍କ ମନରେ ଅଧିକ ସମ୍ଭାବନା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.