Home ଜିଲ୍ଲା ପରିକ୍ରମା ନୟାଗଡ଼ : ମାଟିଆ ବେହେରାଙ୍କ ହତ୍ୟାକୁ ନେଇ ତଦନ୍ତ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ନୟାଗଡ଼ : ମାଟିଆ ବେହେରାଙ୍କ ହତ୍ୟାକୁ ନେଇ ତଦନ୍ତ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

30

ନୟାଗଡ଼, ୧୧ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସଦରଥାନା ଅନ୍ତର୍ଗତ ନୂଆଗାଁ ବ୍ଳକ ଚାହାଳୀ ଗ୍ରାମର ମାଟିଆ ବେହେରାଙ୍କ ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମାଟିଆଙ୍କ ମୃତ୍ୟୁକୁ ନେଇ ମାଟିଆଙ୍କ ପୁଅ କୃଷ୍ଣଚନ୍ଦ୍ର ତାଙ୍କ ବାପାଙ୍କୁ ମାରିଦିଆ।ଯାଇଛି ବୋଲି ଥାନାରେ ଅଭିଯୋଗ ପରେ ପୁଲିଲ ଏହାକୁ ଗୁରୁତ୍ୱ ମନେକରି ହତ୍ୟାମାମଲା ରୁଜୁ କରିଛି। ଯାହା କୁହାଯାଉଛି ମାଟିଆ ତାଙ୍କ ବିଲରେ ଅଳିଆ ପୋଡ଼ିବା ପାଇଁ ନିଆଁ ଲଗାଇଥିବାବେଳେ ତାହା ଅତ୍ୟଧିକ ପବନ ଯୋଗୁଁ ପାଖରେ ଥିବା ଆଖୁଶାଳ ଘର ପୋଡ଼ିବା ସହ ଏକ ଟ୍ରାକ୍ଟର ପୋଡ଼ିଯାଇଥିଲା। ଏଥିରେ ମାଟିଆ ସହ ଭାଙ୍ଗି ପଡ଼ିଥିଲେ। ଏଥିନେଇ ମାଟିଆଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହେଉଛି। ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମାଟିଆ ଘରକୁ ନଫେରିବାରୁ ଘରଲୋକେ ମାଟିଆକୁ ସନ୍ଦେହରେ ଖୋଜା ଖୋଜି କରିବା ପରେ ମାଟିଆଙ୍କୁ ଏକ ଗଛରେ ଓହଳିଥିବା ଦେଖିବାକୁ ମିଳିଥିଲା। ହେଲେ ମାଟିଆ ଯେଉଁ ଗଛରେ ଝୁଲି ରହିଥିଲେ ତାଙ୍କ ଗୋଡ଼ ତଳକୁ ଲାଗିଥିଲା। ଏବଂ ଯେଉଁ ଗାମୁଛାରେ ମାଟିଆଙ୍କ ଝୁଲି ରହିଥିଲେ ତାହା ତାଙ୍କ ନିଜ ଗାମୁଛା ଓ ଗାମୁଛାଟି ବେକରେ ଢିଲା ଥିଲା ବୋଲି କୁହାଯାଉଛି। ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଏପରି ଗଛରେ ଓହଳାଯାଇଥିବା ଅଭିଯୋଗ ହେଉଛି। ପୁଲିସ ସାଇଂଟିଫିକ ଟିମ ଦ୍ୱାରା ଶବକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.