Home ଜିଲ୍ଲା ପରିକ୍ରମା ନୟାଗଡ଼: ଦରମା ପ୍ରଦାନ ପାଇଁ ମିଳିତ ଶିକ୍ଷକ ସଂଘର ଦାବିପତ୍ର

ନୟାଗଡ଼: ଦରମା ପ୍ରଦାନ ପାଇଁ ମିଳିତ ଶିକ୍ଷକ ସଂଘର ଦାବିପତ୍ର

233

ନୟାଗଡ଼, ୧୭ା୯(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଶିକ୍ଷା ଜିଲାରେ ଏବେ ଅଚଳାବସ୍ଥା ଜାରି ରହିଛି। ନୟାଗଡ଼ ଜିଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଘୋଷଣା ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବା ପରେ ଏଠାକୁ ଦୁଇ ଦୁଇଜଣ ଜିଲାଶିକ୍ଷାଧିକାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ପରେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗନଦେବା ଏବଂ ଏହି କାର୍ଯ୍ୟାଳୟରେ ଥିବା କିରାଣୀ ଶୂନ୍ୟ ପରେ ଜିଲା ଶିକ୍ଷା କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟ କରିଛି। ଏଥିପାଇଁ କାର୍ଯ୍ୟାଳୟର କାର୍ଯ୍ୟ ଠପ୍ ହୋଇପଡ଼ିଥିବାବେଳେ ପ୍ରାୟ ୩ହଜାର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା ଏଯାବତ୍ ପାଇନାହାନ୍ତି। ଏପରିକି ଜିଲା ଶିକ୍ଷା ବିଭାଗର ମୁଖ୍ୟକିରାଣି ଓ ଅନ୍ୟ କିରାଣୀଙ୍କ ବଦଳି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଏହାର ତଦନ୍ତ କରାଯିବାକୁ ଜିଲାର ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳ ଡଃ ପୋମା ଟୁଡୁଙ୍କୁ ଅବଗତ କରାଯାଇ ଦାବିପତ୍ର ଦିଆଯାଇଛି। ଓଷ୍ଟା ସଭାପତି ଅଯୋଧ୍ୟା ନାୟକ, ସଂପାଦକ ମାଣିକେଶ୍ୱର ସ୍ୱାଇଁ, ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ନୟାଗଡ଼ର ସଭାପତି ସୁବାଷ ଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.