Home ଓଡ଼ିଶା ନୟାଗଡ଼ ଜିଲ୍ଳାର ମତଦାନ ହାର : ଖଣ୍ଡପଡ଼ାରେ ସର୍ବାଧିକ ନୟାଗଡ଼ରେ ସର୍ବନିମ୍ନ

ନୟାଗଡ଼ ଜିଲ୍ଳାର ମତଦାନ ହାର : ଖଣ୍ଡପଡ଼ାରେ ସର୍ବାଧିକ ନୟାଗଡ଼ରେ ସର୍ବନିମ୍ନ

525

ନୟାଗଡ଼, ୨୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସାଧାରଣ ନିର୍ବାଚନ ୨୦୧୯ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ସିର୍ବାଧୀକ ମତଦାନ ହୋଇଥିଲାବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ମତଦାନ ହୋଇଥିବା ସରକାରୀଭାବେ ଜଣାପଡ଼ିଛି। ରଣପୁର-୧୧୯ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୧୧ ହଜାର ୨ଶହ ୧୬ଥିଲାବେଳେ ସେଥିମଧ୍ୟରୁ ୧ଲକ୍ଷ ୪୯ହଜାର ୪୬ ଜଣ ଭୋଟର ମତଦାନ କରିଥିଲାବେଳେ ମତଦାନ କରିଥିବା ପୁରୁଷ ଭୋଟର ୭୬ହଜାର ୬ଶହ ୨୮ ଓ ମହିଳା ଭୋଟର ୭୨ହଜାର ୪ଶହ ୧୪ ଏବଂ ଜଣେ ଅନ୍ୟାନ୍ୟ ଭୋଟର ରହିଥିବା ଜଣାପଡ଼ିଛି। ଏହି ନିର୍ବାଚନ ମଣ୍ଡଳୀରେ ୨୪୦ ଭୋଟ କେନ୍ଦ୍ର ହୋଇଥିବାବେଳେ ମତଦାନ ହାର ୭୦.୫୭ ରହିଥିବା ଜଣାପଡ଼ିଛି। ସେହିପରି ଖଣ୍ଡପଡ଼ା-୧୨୦ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୮୨ହଜାର ୧ଶହ ୮୭ ରହିଥିବାବେଳେ ସେଥିମଧ୍ୟରୁ ୧ଲକ୍ଷ ୩୫ହଜାର ୯ଶହ ୧୫ ରହିଛନ୍ତି। ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ୬୪ହଜାର ୭ଶହ ୪୬ ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୧ହଜାର୧ ଶହ ୬୮ ଓ ଜଣେ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୧୭ଟି ବୁଥ୍ ହୋଇଥିବାବେଳେ ନିର୍ବାଚନରେ ମତଦାନ ହାର ଶତକଡ଼ା ୭୪.୬୦ ରହିଛି। ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀର ମତଦାନ ହାର ଦେଖିବାକୁ ଗଲେ ସର୍ବନିମ୍ନ ରହିଛି। ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୪ହଜାର ୫ଶହ ୭୩ ଥିବାବେଳେ ସେଥିମଧ୍ୟରୁ ୧ଲକ୍ଷ ୬୭ହଜାର ୩ଶହ ୮୬ ରହିଛି। ଏଥିରେ ୮୨ହଜାର ୬ଶହ ୮୮ ପୁରୁଷ ଭୋଟର ମତଦାନ କରିଥିବାବେଳେ ୭୪ହଜାର ୬ଶହ ୯୮ ମହିଳା ଭୋଟର ମତଦାନ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୪୫ ଟି ବୁଥ୍ ହୋଇଥିଲାବେଳେ ମୋଟ ମତଦାନ ହାର ଶତକଡ଼ା ୭୦.୦୮ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.