Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

16

ନୟାଗଡ଼ ୨୭/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ଼ ଜିଲ୍ଲା ରଣୁର ଅଂଚଳରେ ପ୍ରଶାସନିକ ଅବହେଳା ଯୋଗୁଁ ସାଧାରଣ ଜନତା ନାହିଁ ନଥିଲା ଅସୁବିଧା ଭୋଗ କରୁଥିବା ବେଳେ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା। ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଜୁନ୍ ୨୭ ତାରିଖରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ କରିଥିବା ଜଣାପଡ଼ିଛି। ଏଥିରେ ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ। ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ ସହ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଏପରିକି ମାସ ସାରା ବ୍ଲକ କାର୍ଯ୍ୟାଳୟକୁ ଆସୁନଥିବା ମତ୍ସ୍ୟ ଅଧିକାରିଣୀ ଓ ଶିଳ୍ପ ଉନ୍ନୟନ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୯, ଖାଉଟି କାର୍ଡ ୩୦, ଶାରିରୀକ ଅକ୍ଷମ ମଧୁବାବୁ ଭତ୍ତା ଯୋଜନା ୨୭, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ୧୨, ଜମିବାଡି ସଂକ୍ରାନ୍ତୀୟ ୫ ଓ ଅନ୍ୟାନ୍ୟ ୪୦ ଗୋଟି ଅଭିଯୋଗ ସର୍ବମୋଟ ୧୪୩ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୋଗ ଅନେକ ଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବରୁ ବହୁ ଅଭିଯୋଗକାରୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଦିବସ ସର୍ମ୍ପକରେ ଜାଣିପାରି ନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.