Home Coronavirus Outbreak ନୟାଗଡ଼ ଜିଲାରେ ଆଜି ୧୪୭, ନୟାଗଡ଼ ମହିଳା ମହାବିଦ୍ୟାଳୟ ଓ ଭାପୁର ବ୍ଳକ କାର‌୍ୟ୍ୟାଳୟ ସଟ୍‌ଡାଉନ,...

ନୟାଗଡ଼ ଜିଲାରେ ଆଜି ୧୪୭, ନୟାଗଡ଼ ମହିଳା ମହାବିଦ୍ୟାଳୟ ଓ ଭାପୁର ବ୍ଳକ କାର‌୍ୟ୍ୟାଳୟ ସଟ୍‌ଡାଉନ, ଓଡ଼ଗାଁ ବ୍ଳକର ୨୦ ଗାଁ କଂଟେନ୍‌ମେଂଟରୁ ମୁକ୍ତ

104

ନୟାଗଡ଼, ୧୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ସବୁଦିନ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲାରେ ଆଜି ଏକକାଳୀନ ୧୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୯ତାରିଖରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକେ ସବୁଠାରୁ ଅଧିକ ୧୦୬ ବାହାରିଥିଲାବେଳେ ଗତ ୧୨ ତାରିଖରେ ୧୦୫ ଏବଂ ଗତ ୧୬ ତାରିଖରେ ୧୪୨ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ। କିନ୍ତୁ ଆଜି ସବୁଦିନ ଅପେକ୍ଷା ରେକର୍ଡ଼ ସଂଖ୍ୟକ ୧୪୭ କରୋନା ସଂକ୍ରମଣଙ୍କ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ନୟାଗଡ଼ ମହିଳା ମହାବିଦ୍ୟାଳୟ ଓ ଭାପୁର ବ୍ଳକ କାର‌୍ୟୟାଳୟ ସଟ୍‌ଡାଉନ କରାଯାଇଛି। ମହିଳା କଲେଜରେ କିଛି କର୍ମଚାରୀ ଓ ଭାପୁର ବ୍ଳକର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଅଧିକ ସଂକ୍ରମଣ ହେବା ଆଶଙ୍କ୍‌ାରେ ବ୍ଳକ କାର‌୍ୟ୍ୟାଳୟ ଓ ମହିଳା କଲେଜକୁ ସଟ୍‌ଡାଉନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ଗାଁ ବ୍ଳକର କୁରାଳ, ସୁନାମୁହିଁ, କୋମଣ୍ଡ, ଗିରଡ଼ିପଲ୍ଲୀ ଓ ପାଣ୍ଡେରିପଡ଼ା ପଂଚାୟତର ୨୦ ଖଣ୍ଡଗାଁ କୁ ଆଜି ଜିଲାପାଳ ଡ-ପୋମା ଟୁଡୁ କଂଟେନ୍‌ମୁକ୍ତ କରିଛନ୍ତି। ଏହି ଗ୍ରାମଗୁଡ଼ିକ ହେଲା ମାଳିସାହି, ବାଲିସିଂସା, ଖଙ୍ଗାରପଲ୍ଳୀ, ସୁନାମୁହିଁ, ଲଣ୍ଡାବାଦୁ, ପଂଚୁପାଣ୍ଡବ, ଧଝୋଲା, ଗିରିଡ଼ିପଲ୍ଲୀ, ପଥରାପଲ୍ଳି, ଝାଡ଼ସାହି, ତୋଟାସାହି, ତଂଟିଭୂଷାପଲି, କୁରାଳ, ନାଥିଆପଲ୍ଲୀ, ହନୁମନ୍ତିଆ, ଦୋଣ୍ଡର, ପାଣ୍ଡେରିପଡ଼ା, ଭାଲିଆଡିହି, ଦେଓଗାଁ ଓ କୋମଣ୍ଡ। ଏହି ଗାଁ ଗୁଡ଼ିକୁ ଗତ ଜୁଲାଇ ୧ତାରିଖରୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲାବେଳେ ଗତ ୮ତାରିଖରେ କଂଟେନମେଂଟ ହଟାଇବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.