Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ

82

ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଏଣିକି ଆଉ ପୁରୀ ପୋଷ୍ଟାଲ ଡିଭିଜନ ଉପରେ ନୟାଗଡ଼ ଜିଲାବାସୀଙ୍କୁ ନିର୍ଭର କରିବାକୁ ପଡ଼ିବ ନାହିଁ। ପୁରୀ ଡିଭିଜନରୁ ଅଲଗା ହୋଇ ନୟାଗଡ଼ ପୋଷ୍ଟାଲ ଡିଭିଜନ ସ୍ୱତନ୍ତ୍ର ହେବ। ଏହା ନୟାଗଡ଼ବାସୀଙ୍କର ନୈତିକ ବିଜୟ ବୋଲି ପୋଷ୍ଟାଲ ଡିଭିଜନ ଖୋଲିବା କମିଟିର ଏକ ପ୍ରସ୍ତୁତି ବୈଠକରେ ଆବାହକ ବରିଷ୍ଠ ସାମ୍ବାଦିକ, ରୋଟାରିୟାନ ତଥା ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲାହେବାକୁ ଥିବା ପରିପ୍ରେକ୍ଷିରେ ଏଥିପାଇଁ ଅବଦାନ ଥିବା ଜିଲାର ସମସ୍ତ ବିଧାୟକ, ସାଂସଦ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀ ସହାୟତାର ହାତ ବଢାଇ ଥିବାରୁ ଏକ ବିରାଟ ଅଭିଯାନର ସଫଳ ହୋଇପାରିଲା ବୋଲି ମତ ପ୍ରକାଶ ପାଇଥିଲା। ଏଥିପାଇଁ ସେମାନଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଜଣାଇବା ସହ ଆଗକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ରହିବା ପାଇଁ କାମନା କରାଯାଇଥିଲା। ଏହି କାର୍ଯ୍ୟକୁ ତ୍ୱରାନ୍ନୀତ କରିବା ପାଇଁ ଉଦ୍ୟୋକ୍ତା କାର୍ଯ୍ୟକାରୀ କମିଟି ସଦସ୍ୟମାନେ ବିଭାଗୀୟ ପଦାଧିକାରୀଙ୍କୁ ଭେଟି କାମକୁ ଆଗେଇ ନେବା ପାଇଁ ସ୍ଥିର ହୋଇଥିଲା। ଅନ୍ୟତମ ଉଦ୍ୟୋକ୍ତା ଆଡଭୋକେଟ ରଣଜୀତ ଦାଶ, ସମାଜସେବୀ ବିଶ୍ୱନାଥ ମହାପାତ୍ର, ସମାଜବେୀ ସନ୍ତୋଷ କୁମାର ପ୍ରଧାନ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଏହାର ନେପଥ୍ୟ କାହାଣୀ ଓ ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିବାବେଳେ ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ କୃପାସିନ୍ଧୁ ପଣ୍ଡା, ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ ଏହାର ଅଗ୍ରସରତା ନେଇ ମତ ଓ ମନ୍ତବ୍ୟ ରଖିଥିଲେ। ସମାଜସେବୀ ଶ୍ରୀକାନ୍ତ ପଟ୍ଟନାୟକ ପୋଷ୍ଟାଲ ଡିଭିଜନ ନୟାଗଡ଼ରେ ଖୋଲିଲେ ଏହା ନୟାଗଡ଼ ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହିତ ଏହା ଆଉ ଏକ ବିକାଶର ଫର୍ଦ୍ଦ ଯୋଡ଼ା ହେଲା ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.