Home ଜିଲ୍ଲା ପରିକ୍ରମା ନୟାଗଡରେ଼ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

ନୟାଗଡରେ଼ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

24

ନୟାଗଡ଼, ୨୨ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଳକ ଓ ପୌରପରିଷଦର ଯୁବ, ଛାତ୍ର ଓ ମହିଳା ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଗ୍ୟାସଦର ବୃଦ୍ଧି ପ୍ରତିବାଦରେ ଶୋଭାଯାତ୍ରା ସହ ଆନ୍ଦୋଳନ କରାଯାଇଛି। ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ଶୋଭାଯାତ୍ରାକାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ନାରାବାଜି ଦେବା ସହିତ ନୟାଗଡ଼ ବ୍ଳକ ଓ ପୌରପାଳିକା କାର୍ଯ୍ୟାଳୟ ପାଖରେ ଆନ୍ଦୋଳନ କରିଥିଲେ। ମହିଳା ବିଜେଡି ପକ୍ଷରୁ କଟକ ଆରଡିସିଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ବ୍ଳକ ବିଡିଓ ଭିକାରୀ ସାହୁଙ୍କୁ ଦାବିପତ୍ର ଦିଆଯାଇଥିଲାବେଳେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଟକ ଆରଡିସିଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ନୟାଗଡ଼ର ଶହ ଶହ ସଂଖ୍ୟାରେ ମହିଳା, ଛାତ ଓ ଯୁବବର୍ଗ ସାମିଲ ଥିଲାବେଳେ ବ୍ଳକ ଚେୟାରମ୍ୟାନ ଗୋଲାପ ଦଳବେହେରା, ବ୍ଳକ ଭାଇସ୍ ଚେୟାରମ୍ୟାନ ସୁବାସ ଚନ୍ଦ୍ର କଅଁର, ପୂର୍ଣ୍ଣଚନ୍ଦ୍ର ନାୟକ, ଗୁରୁପ୍ରସାଦ ଜେନା, ଶ୍ରୀକାନ୍ତ ପଟ୍ଟନାୟକ, ସୁମତି ପରିଡ଼ା, ନୀଳମାଧବ ପଣ୍ଡା ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.