Home ଜିଲ୍ଲା ପରିକ୍ରମା ନୂତନ ଆକ୍ରାନ୍ତ ୪୩, ସୁସ୍ଥ ୭୭, ଜଣଙ୍କର ମୃତ୍ୟୁ

ନୂତନ ଆକ୍ରାନ୍ତ ୪୩, ସୁସ୍ଥ ୭୭, ଜଣଙ୍କର ମୃତ୍ୟୁ

176

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ନୂଆ ଆକ୍ରାନ୍ତ ୪୩ଜଣ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭ଜଣ । ଅନ୍ୟପକ୍ଷରେ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ସରକାରୀ ଭାବେ ସୂଚନା ଦିଆ ଯାଇଛି । ଯାହା ଫଳରେ ପରିସଂଖ୍ୟାନ ହୋଇଛି ମୋଟ ନମୁନା ପରୀକ୍ଷା ୬୯ହଜାର ୮୬୨, ମୋଟ ଆକ୍ରାନ୍ତ ଚିହ୍ନଟ ୪୩୩୫, ସୁସ୍ଥ ହୋଇଛନ୍ତି ୩୫୦୫, ମୋଟ ମୃତ୍ୟୁ ଘଟିଛି ୧୧ଜଣଙ୍କର ଏବଂ ଏବେ ଆକ୍ଟିଭ କେଶ ରହିଛି ୮୧୯ । ଆଜି ଯେଉଁ ନୂତନ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ଜଣେ, ଭଦ୍ରକ ବ୍ଲକରୁ ୧୩ଜଣ, ଭଦ୍ରକ ପୌରପାଳିକାରୁ ୬ଜଣ, ବନ୍ତ ବ୍ଲକରୁ ୩ଜଣ, ଚାନ୍ଦବାଲି ବ୍ଳକରୁ ୫, ଧାମନଗର ବ୍ଳକରୁ ଜଣେ, ଧାମନଗର ଏନଏସିରୁ ୨ଜଣ ଏବଂ ତିହିଡି ବ୍ଲକରୁ ୧୨ଜଣ । ବାସୁଦେବପୁର ପୌରପାଳିକା, ଭଣ୍ଡାରିପୋଖରୀ ବ୍ଲକ ଏବଂ ଚାନ୍ଦବାଲି ଏନ୍‌ଏସିରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.