Home ଓଡ଼ିଶା ନୂଆ ନାମରେ ଆସିବ ହ୍ବାଟସ ଆପ୍

ନୂଆ ନାମରେ ଆସିବ ହ୍ବାଟସ ଆପ୍

622

ନୂଆଦିଲ୍ଲୀ,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଫେସବୁକ ଇଙ୍କ ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପରେ ନିଜ ନାମ ଆଡ୍ କରିଛି । ତେଣୁକରି ଖୁବଶୀଘ୍ର ହ୍ବାଟସ ଆପ୍ ଏବଂ ଇନଷ୍ଟାଗ୍ରାମର ନାମ ବଦଳିଯିବ । ସୋସିଆଲ ନେଟୱାର୍କ ସାଇଟ ଫେସବୁକ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ସେୟାରିଂ ଆପ ଗତ କିଛି ବର୍ଷ ପୂର୍ବେ କିଣିଥିଲା ।

ପୂର୍ବରୁ ଫେସବୁକରେ ଏହାର କୌଣସି ପ୍ଲାଟଫର୍ମ ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ଏହି ନାମ ଯୋଡିହେବା ଦ୍ବାରା ବ୍ୟବହାରକାରୀ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ଫେସବୁକର ଅଂଶ ହେବ ।

ଫେସବୁକ ପକ୍ଷରୁ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ କର୍ମଚାରୀଙ୍କୁ ଏହା ବିଷୟରେ ଜଣାଇଥିବା ବେଳେ ଦୁଇଟି ଯାକ ଆପକୁ ରିବ୍ରାଣ୍ଡ୍ କରିବା ପାଇଁ କମ୍ପାନୀ ଯୋଜନା କରୁଥିବା ସୂଚନା ପ୍ରକାଶ ପାଇଛି ।

ଖୁବଶୀଘ୍ର ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମର ନାମ ବଦଳିବା ଏବଂ ଫେସବୁକ କମ୍ପାନୀ ଏହାକୁ ରିବ୍ରାଣ୍ଡ୍ କରିବା ଖବର ବିଷୟରେ ନିଶ୍ଚିତ କରିଥିଲା । ଖୁବଶୀଘ୍ର ହ୍ବାଟସଆପ୍ ପରିବର୍ତ୍ତେ ‘ହ୍ବାଟସଆପ ଫର୍ମ ଫେସବକୁ’ ଏବଂ ଇନଷ୍ଟାଗ୍ରାମ ପରିବର୍ତ୍ତେ ‘ଇନଷ୍ଟାଗ୍ରାମ ଫର୍ମ ଫେସବୁକ’ ନାମରେ  ନଜର ଆସିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.