Home Top News ନୂଆପୋଖରୀରେ ମହିଳାକୁ ଗଳାକାଟି ହତ୍ୟା; ସ୍ୱାମୀ ଫେରାର, ଶାଶୁ ଅଟକ

ନୂଆପୋଖରୀରେ ମହିଳାକୁ ଗଳାକାଟି ହତ୍ୟା; ସ୍ୱାମୀ ଫେରାର, ଶାଶୁ ଅଟକ

90

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଗ୍ରାମ ରାସ୍ତା ପାଶ୍ୱର୍ରେ ମଙ୍ଗଳବାର ପ୍ରତ୍ୟୁଷରେ ବିଭତ୍ସ ଭାବେ ଜଣେ ମହିଳାକୁ ହତ୍ୟା କରାଯାଇ ରକ୍ତଜୁଡୁବୁଡୁ ଅବସ୍ଥାରେ ପକାଇ ଦିଆଯାଇଥିଲା । ଗ୍ରାମର ନାରାୟଣ ମହାନ୍ତିଙ୍କ ପତ୍ନୀ ରାଧାରାଣୀ(୨୭)ବୋଲି ଶବର ପରିଚୟ ମିଳିଛି । ସୂଚନା ପାଇ ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ଛାନଭିନ କରି ଶବ ଜବତ କରିବା ସହ ଫେରେନସିକ ଯାଞ୍ଚ କରିଛି । ଶବ ନିକଟରୁ ଏକ ଟର୍ଚ୍ଚ ଓ ଜୋତାକୁ ମଧ୍ୟ ପୁଲିସ ଜବତ କରିଛି । ମାତ୍ର ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ଜବତ ହୋଇପାରି ନାହିଁ । ଏଥିନେଇ ମୃତ ମହିଳାର ପିତା ରାଣୀଗଡିଆ ଗ୍ରାମର ବିରଞ୍ôଚ ନାରାୟଣ ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ୨୫/୨୧ନଂ ହତ୍ୟା ମାମଲା ଋଜୁ ହୋଇଛି । ପରକୀୟା ପ୍ରୀତି ଓ ଯୌତୁକ ଜନିତ କାରଣରୁ ସ୍ୱାମୀ ନାରାୟଣ ଓ ବିଧବା ଶାଶୁ ମାତାଜୀ ଝିଅ ରାଧାକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି । ପତ୍ନୀ ରାଧା, ପାଞ୍ଚ ବର୍ଷର ଝିଅ ଓ ବିଧବା ମାଆଙ୍କୁ ନେଇ ନାରାୟଣଙ୍କ ପରିବାର । ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ କଲିକତାରେ କାର୍ଯ୍ୟକରୁଥିବା ସ୍ୱାମୀ ନାରାୟଣ ଗତ ସୋମବାର ଅପରାହ୍ନରେ କଲିକତା ଅଭିମୁଖେ ଘରୁ ବାହାରି ଯାଇଥିଲା । ଦୁଇ ବଖରା ବିଶିଷ୍ଟ କୋଠାଘର ଗୋଟିଏ ବଖରାରେ ପତ୍ନୀ ରାଧା ଓ ଝିଅ ଶୋଇଥିବା ବେଳେ ଅନ୍ୟବଖରାରେ ମାଆ ଶୋଇଥିଲା । ବିଳମ୍ବିତ ରାତ୍ର ରେ ଝିଅ ବିଛଣାରେ ମାଆକୁ ନପାଇ କ୍ରନ୍ଦନ କରିବାରୁ ସାହିପଡିଶାମାନେ ଆସି ରାଧାକୁ ଖୋଜାଖୋଜି କରିଥିଲେ । ମାତ୍ର ଗଳାକଟା ଯାଇ ରକ୍ତଜୁଡୁବୁଡୁ ଭାବେ ରାଧାକୁ ମୃତ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ । ତେବେ ରାଧାର ମୋବାଇଲକୁ ପୁଲିସ ଯାଞ୍ଚ କରିଛି । ମଧ୍ୟ ରାତ୍ରରେ ପତ୍ନୀ ରାଧାକୁ ସ୍ୱାମୀ ନାରାୟଣ ଫୋନରେ ଏକାଧିକ ବାର କଲ କରିଥିବା ଜଣାଯାଇଛି । ହେଲେ ସକାଳୁ ନାରାୟଣର ଫୋନ ସୁଇଚ ଅଫ ରହିଥିବା ଜଣାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ନାରାୟଣ ଫେରାର ହୋଇଥିବା ବେଳେ ବିଧିା ମାଆ ମାତାଜୀକୁ ପୁଲିସ ଅଟକ ରଖିଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.