Home ଓଡ଼ିଶା ନୂଆପଡ଼ା- ବଜ୍ରାଘାତରେ ଦୁଇ ବଳଦଙ୍କ ମୃତ୍ୟୁ

ନୂଆପଡ଼ା- ବଜ୍ରାଘାତରେ ଦୁଇ ବଳଦଙ୍କ ମୃତ୍ୟୁ

512

ନୂଆପଡ଼ା-୩/୬-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେଠୁପାଲି ଗ୍ରାମରେ ଦୁଇ ବଳଦଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି।

ମିଲିଥିବା ସୂଚନା ଅନୁସାରେ ଆଜି ସକାଳ ୭ଟା ସମୟରେ କୋମନା, ଉଦ୍ୟାନବନ୍ଦ, ମହୁଲଭଟା ଅଞ୍ଚଳରେ କାଳବୈଶାଖୀର ରୂପ ଦେଖିବାକୁ ମିଲିଥିଲା।ଫଳରେ ପ୍ରବଳ ବେଗରେ ପବନ ବୋହିବା ସହିତ ଯୋରଦାର ଘଡଘଡି ଓ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ବଳଦ ମାନେ ଗଛତଳେ ଲୁଚି ରହିଥିଲେ। ଏହି ସମୟରେ ବଳଦଙ୍କୁ ବିଜୁଳି ମାରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.