Home ଓଡ଼ିଶା ନୀତି ଆୟୋଗର ଏସିଆଇସି ସେଂଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୀତି ଆୟୋଗର ଏସିଆଇସି ସେଂଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

107

ଅଟଳ କମ୍ୟୁନିଟି ଇନୋଭେସନ ସେଂଟର ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ – ଧର୍ମେନ୍ଦ୍ର ପ୍ରଧାନ
– ଏସିଆଇସି ସେଂଟର ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍ ସହ ଯୋଡିବାର ବ୍ୟବସ୍ଥା କରିବ
– ଦେଶର ଅର୍ଥନୀତି ଓ ରୋଜଗାରକୁ ବଢାଇବାରେ ବହୁତ ବଡ ମାଧ୍ୟମ ହେବ ଏହି ସେଂଟର
– ବିନା ଅଟଳ କମ୍ୟୁନିଟି ସେଂଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତି ହେବା ଅସମ୍ଭବ
– ଆଗାମୀ ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୩୧ (ଓଡ଼ିଆ ପୁଅ) – ଅଟଳ କମ୍ୟୁନିଟି ଇନୋଭେସନ ସେଂଟର(ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି ନୂଆଦିଲ୍ଲୀ ଠାରେ ନୀତି ଆୟୋଗର ଏସିଆଇସିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳ କମ୍ୟୁନିଟି ଇନୋଭୋସନ ସେଂଟର ଏପରି ଏକ ମଂଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍ ସହ ଯୋଡିବାର ବ୍ୟବସ୍ଥା କରିବ। ଫଳରେ ଏହି ସେଂଟର ଦେଶର ଅର୍ଥନୀତି ଓ ରୋଜଗାରକୁ ବଢାଇବାରେ ବହୁତ ବଡ ମାଧ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିନା ଅଟଳ କମ୍ୟୁନିଟି ସେଂଟରରେ ଭାରତ ୫ ଟ୍ରିଲିୟନ ଅର୍ଥନୀତି ହୋଇପାରିବ ନାହିଁ। ଉର୍ଜା ସଂରକ୍ଷଣରେ ଘରୋଇ ଇନୋଭେସନ ଥିବାବେଳେ ଏଥିରେ ଥିବା ନୀତିଗତ ସଂସ୍କାରରେ ସୁଧାର ଆଣିଲେ ଦେଶର ରୋଜଗାର, ଆମଦାନୀ ଓ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିପାରିବ। ତେବେ ସବୁ ପଂଚାୟତରେ ଏହି ଏସିଆଇସି ସେଂଟର ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୦ ବର୍ଷରେ ଉର୍ଜା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ୧ ନମ୍ବର ଦେଶ ହେବ। ସେ ସମୟରେ ବିକଳ୍ପ ଉର୍ଜାର ସମ୍ବଳ କଣ ଅଥବା କେଉଁଥିରୁ ଉର୍ଜାର ଉତ୍ପାଦନ ହୋଇପାରିବ ସେ ଦିଗରେ ଏ ସେଂଟର ଅଭିନବ କୌଶଳ ମାଧ୍ୟମରେ ଉର୍ଜା ବାହାର କରିବାର ଆବଶ୍ୟକତା ରହିଛି।

ଦେଶରେ ୬୦୦ ମିଲିୟନ ମେଟ୍ରିକ୍ ଟନର ନନ୍ ଫସିଲାଇଜଡ୍ ବାୟୋମାସ କାର୍ବନ ରହିଥିବା ବେଳେ ଏ କମ୍ୟୁନିଟି ସେଂଟର ନୂତନ ପଦ୍ଧତି ଜରିଆରେ ଏହି ଉର୍ଜାକୁ ବାହାର କରିପାରିବ ବୋଲି ସେ କହିଥିଲେ। ଭାରତରେ ପାଖାପାଖି ୧ କୋଟି ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଛନ୍ତି। ଏହି କମ୍ୟୁନିଟି ସେଂଟର ସେମାନଙ୍କୁ ଯଦି ମାର୍କେଟ ସହ ଯୋଡିବାର ପ୍ରଶିକ୍ଷଣ ବା ଶିକ୍ଷା ପ୍ରଦାନ କରିବ ତେବେ ସେମାନେ ବିକୁଥିବା ୩୦ ଟଙ୍କାର ଦ୍ରବ୍ୟ ୨୦୦ ଟଙ୍କାରେ ବିକାଯାଇପାରିବ। ଫଳରେ ସେମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିବା ସହ ଗରିବ ଶ୍ରେଣୀର ଲୋକଙ୍କୁ ଏହି ସଂଟରରେ ଯୋଡିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଭୂୟଂସୀ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.