Home ଜିଲ୍ଲା ପରିକ୍ରମା ନିର୍ମାଣ ହେବ କୋଚିଲା ବ୍ୟାରେଜ, ବ୍ୟୟ ହେବ ୩୬୦ କୋଟି ଟଙ୍କା

ନିର୍ମାଣ ହେବ କୋଚିଲା ବ୍ୟାରେଜ, ବ୍ୟୟ ହେବ ୩୬୦ କୋଟି ଟଙ୍କା

50

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀର ଶାଖା କୋଚିଳା ନଦୀରେ ୩୫୯.୨୮ କୋଟି ଟଙ୍କା ବ୍ୟୟରେ ଏକ ବ୍ୟାରେଜ୍ ନିର୍ମାଣ ହେବ । ଏହି ବ୍ୟାରେଜ ନିର୍ମାଣ ସକାଶେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ସେଚ ସଦନ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବୈତରଣୀ ଓ ତା ଶାଖା ନଦୀ କୋଚିଳାର ବନ୍ୟା ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଓ ଯାଜପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ଯୋଗ ଦେଇଥିଲେ । ପୂର୍ବ ପ୍ରସ୍ତାବିତ କୋଚିଳା ବ୍ୟାରେଜ, ଗୌରାଙ୍ଗପୁର, ମଲ୍ଲିମାହାରା, ଗାଇଛନ୍ଦା, କନକେଇ ସହିତ ନଦୀବନ୍ଧର ମରାମତି, ସୁଦୃଢୀକରଣ, ଗମନାଗମନ ଓ ଡ୍ରେନେଜ୍‌ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ପ୍ରକାଶଯୋଗ୍ୟ, କୋଚିଳା ବ୍ୟାରେଜ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ ଓଡ଼ିଶା ବିଧାନସଭାର ବିଭିନ୍ନ କମିଟିକୁ କ୍ଷେତ୍ର ପରିଦର୍ଶନ କରାଇବା ସହ ବିଧାନସଭାର ପ୍ରଶ୍ନ ନଂ ୪ ୫୪୭୨ ଓ ୫୪୭୫, ତା ୧୬.୦୫.୨୦୧୬ ରିଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉତ୍ତର ଓ ବୈଷୟିକ ଉତ୍ତର ସହ ଓ ପ୍ରଶାସନିକ ଅନୁମୋଦନ ଆଦି ପ୍ରସ୍ତାବ ସରକାରଙ୍କ ଠାରେ ଶେଷ ପର୍ଯ୍ୟାୟରେ ପହଞ୍ôଚଥିଲା । ଏହାମଧ୍ୟରେ ଏବେକାର ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଏହି ବ୍ୟାରେଜ ନିର୍ମାଣ ସକାଶେ ତୁରନ୍ତ ପଦକ୍ଷେପ ନେବାକୁ ଗତ ତା ୨୯.୧୧.୨୦୨୦ ରିଖରେ ଏକ ବ୍ୟକ୍ତିଗତ ଭାବେ ଏକ ପତ୍ର (ସଂଖ୍ୟା ନଂ ୪୧୧/ଏମ୍‌ପି) ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବ୍ୟାରଜ୍ ନିର୍ମାଣ ହେବା ଦ୍ୱାରା ବନ୍ୟା ଦାଉରୁ ଧାମନଗର ଅଂଚଳ ରକ୍ଷା ପାଇବା ସହ ଚାଷଜମି ଜଳସେଚନର ସୁବିଧା ହୋଇପାରିବା । ବ୍ୟାରେଜ ନିର୍ମାଣ ହେବାର ସୂଚନା ମିଳିବା ପରେ ଧାମନଗରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଶ୍ରୀମତୀ ମଣ୍ଡଳ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.