Home ଜିଲ୍ଲା ପରିକ୍ରମା ନିର୍ମାଣ ପୂର୍ବରୁ ମରାମତି କରାଯାଉ ଧାମନଗର – ଫଳପୁର ରାସ୍ତା

ନିର୍ମାଣ ପୂର୍ବରୁ ମରାମତି କରାଯାଉ ଧାମନଗର – ଫଳପୁର ରାସ୍ତା

13

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର – ଫଳପୁର ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏକ ସପ୍ତାହ ହେବ ବର୍ଷା ଯୋଗୁଁ ଉକ୍ତ ରାସ୍ତା ର ବିଭିନ୍ନ ସ୍ଥାନ ମାନଙ୍କରେ ବର୍ଷାପାଣି ଜମି ରହିଥିବାରୁ ଲୋକ ମାନେ ଯିବାଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୁଚନା ଥାଉକି ଉକ୍ତ ରାସ୍ତା ଟି ପ୍ରଥମେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା କାମ ହୋଇ ଥିଲେବି ନିମ୍ନମାନର କାମ ଯୋଗୁଁ ଯାତାୟାତ ଅନୁପ ଯୋଗୀ ହୋଇ ଯାଇଚି। ପ୍ରତିବର୍ଷ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ,ଭାଗ ବଂଟା କରି ନିଅନ୍ତି ଠିକାଦାର ଓ ଯନ୍ତ୍ରୀ , ହଇରାଣ ହୁଅନ୍ତି ସଧାରଣ ଜନତା।ପ୍ରକାଶ ଥାଉକି ଉକ୍ତ ରାସ୍ତା ଦେଇ ପଧାନି, ଦଳାଙ୍ଗ, ଅର୍ଜୁନପୁର,ନଦିଗାଁ, ଭଟସାହି, କରଦା ପଂଚାୟତ ଦୈନିକ ୧୦ ରୁ ୧୫ ହଜାର ଲୋକ ଯାତାୟାତ କରିଥାନ୍ତି। ଉକ୍ତ ରାସ୍ତା ଦେଇ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠ ଓ ଘଟଗାଁ ତାରିଣୀ ପୀଠ ଏବଂ ଭୁବନେଶ୍ୱର କଟକ କୁ ବସ ମଧ୍ୟ ଯାତାୟାତକରିଥାଏ।ଏପରିକି ବ୍ଲକ,ତହସିଲ,କଲେଜ, ଆଦର୍ଷ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ଅଫିସ କୁ ନିଜର କାର୍ଯ୍ୟ ପାଇଁ ଜନସାଧାରଣ ଓ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ହେଲେ ରାସ୍ତାର ବିପର୍ଯ୍ୟସ୍ତ ନେଇ ଯାତାୟାତ ରେ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ବିଳମ୍ୱ ରେ ହେଲେବି ଧାମନଗର ବିଧାୟକ ତଥା ଓଡ଼ିଶା ସରକାରଙ୍କ ଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଉଦ୍ୟମ ଫଳରେ ଉକ୍ତ ରାସ୍ତା କୁ ପୂର୍ତ ବିଭାଗକୁ ହସ୍ତାନ୍ତର କରାଇ ନୂତନ ରାସ୍ତା ନିର୍ମାଣ ପାଇଁ ୨୯ କୋଟି ଟଙ୍କାର ଏଷ୍ଟିମେଟ୍ କରାଇଛନ୍ତି ।ଯାହା କି ଚଳିତ ବର୍ଷ ଟେଣ୍ଡର ସହ ଦୁର୍ଗାପୂଜା ବେଳକୁ ରାସ୍ତା ନିର୍ମାଣ କାର୍ଯ୍ୟ ହେବ । ହେଲେ ଏହି ଚାରିମାସ ଉକ୍ତ ରାସ୍ତା ରେ ଯାତାୟାତ ପାଇଁ ବିପଦ ସୃଷ୍ଟି ହେଉଚି।ତେବେ ଉକ୍ତ ରାସ୍ତା ନିର୍ମାଣ ପୂର୍ବରୁ ଉକ୍ତ ରାସ୍ତା କୁ ମରାମତି ପାଇଁ ଉକ୍ତ ଅଂଚଳ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.