Home ଉପ ନିର୍ବାଚନ ନିର୍ବାଚନ ପୂର୍ବରୁ ବୁଆଁଳରେ ପୁଲିସର ଫ୍ଲାଗମାର୍ଚ୍ଚ

ନିର୍ବାଚନ ପୂର୍ବରୁ ବୁଆଁଳରେ ପୁଲିସର ଫ୍ଲାଗମାର୍ଚ୍ଚ

37

ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରି ରାଜନୈତିକ ଗୋଷ୍ଠୀ ବିବାଦ ଓ ଅପରାଧିକ କାର୍ଯ୍ୟକଳାପ ଲାଗି ରହୁଥିବା ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।ଏହି ପଞ୍ଚାୟତର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଆସନ୍ତା ଉପ-ନିର୍ବାଚନରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ଦେଖା ଦେଇଥିବା ବେଳେ ପୁଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି। ଗତ ଅଗଷ୍ଟ ୩ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ଏହି ଅଞ୍ଚଳର ଯୁବକ ତପନ ପାତ୍ରଙ୍କ ମୃତ୍ୟୁ ପରେ ବୁଆଁଳ ପଞ୍ଚାୟତରେ ଉତ୍ତେଜନା ରହୁଛି। ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ମତଦାନ ପୂର୍ବରୁ ପରିସ୍ଥିତି ଉପରେ ପୁଲିସ ତୀକ୍ଷ୍ଣ ଦୃଷ୍ଟି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.