Home ଜଗତସିଂହପୁର ନିରାଡ଼ମ୍ବରରେ ପାଳନ ହେଲା “ସଫଳ ସାରୋଳ ଗାଁ ମହୋତ୍ସବ”

ନିରାଡ଼ମ୍ବରରେ ପାଳନ ହେଲା “ସଫଳ ସାରୋଳ ଗାଁ ମହୋତ୍ସବ”

65

ତିର୍ତ୍ତୋଲ, ୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ ପ୍ରତିବର୍ଷଭଳି ଚଳିତ ବର୍ଷ “ସଫଳ ସାରୋଳ ଗାଁ ମହୋତ୍ସବ-୨୦୨୦” ଆଡ଼ମ୍ବର ସହିତ ପାଳନ କରାନଯାଇ କରୋନା କଟକଣାକୁ ଆଖିଆଗରେ ରଖି ନିରାଡ଼ମ୍ବରରେ ପାଳନ ହୋଇଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଏହି ମହୋତ୍ସବକୁ ଗାନ୍ଧୀଜୟନ୍ତି ଅବସରରେ ଅନୁଷ୍ଠାନ ପକ୍ଷରୁ ଓ ଗ୍ରାମବାସୀଙ୍କ ସହଯୋଗରେ ମହା ଆଡ଼ମ୍ବର ସହିତ ପାଳନ କରାଯାଇଥାଏ। ଚଳିତ ବର୍ଷ ୧୫୧ ତମ ଗାନ୍ଦୀ ଜୟନ୍ତୀ ଅବସରରେ ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ “ସଫଳ ସାରୋଳ ଗାଁ ମହୋତ୍ସବ-୨୦୨୦ ନିରାଡ଼ମ୍ବର ଭାବେ ପ୍ରତିଷ୍ଠାତା ପ୍ରଦୀପ୍ତ କୁମାର ସାହୁ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୃକ୍ଷରୋପଣ, ଗ୍ରାମ ସଫେଇ ସହିତ ଗ୍ରାମାଞ୍ଚଳରେ ମାସ୍କ ବଣ୍ଟନ ତଥା ଗ୍ରାମକୁ ସାନିଟାଇଜେସନ କରାଯାଇଥିଲା। ଏହି ଉତ୍ସବରେ ଶରତ ଚନ୍ଦ୍ର ସାହୁ ପ୍ରଦ୍ୱିପ ପ୍ରଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନ୍ୟାସନାଲ କ୍ଲବର ସଭାପତି ପ୍ରୀତି ରଞ୍ଜନ ଖୁଣ୍ଟିଆ, ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, ଉପସଭାପତି ତୁଷାର କାନ୍ତ ବିଶ୍ୱାଳ, ସହସମ୍ପାଦକ ରାଧାକାନ୍ତ ସାହୁ, ଉମାକାନ୍ତ ସାହୁ, ସୁବାଷ ବିଶ୍ୱାଳ, ବିଶ୍ୱଜିତ ମହାରଣା, ତୋଫାନ ପାତ୍ର, ମନୋରଞ୍ଜନ ବିଶ୍ୱାଳ, ତାପସ ସାହୁଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ। ଯୁବ ପରିବେଶ୍‌ବିତ୍ ପ୍ରଦ୍ୟୁମ୍ନ ରଥଙ୍କ ସହଯୋଗରେ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନି ବିହାରି ମହାନ୍ତିଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.