
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳ ର ଭିତିଭୂମି ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରକୃତ ପ୍ରକୃତ ରେ ଉକ୍ତ ସରକାରି ଯୋଜନା ସଫଳ ରୂପାୟନ ହୋଇପାରୁନି।ଏମିତି ଏକ ନଜିର ଦେଖିବାକୁ ମିଳିଛି ଧାମନଗର ବ୍ଲକ ନଦିଗାଁ ପଂଚାୟତ ରେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନଦୀଗାଁ ୧୯୫୧ ରୁ ସ୍ଥାପିତ ହେବା ସହ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୦୫ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ଉକ୍ତ ବିଦ୍ୟାଳୟ ରେ ୫ ଜଣ ନିୟମିତ ଶିକ୍ଷକ ଓ ୨ ଜଣ ପାର୍ଟ୍ ଟାଇମ ଶିକ୍ଷକ ଅଛନ୍ତି। ବିଶେଷ କରି ଉକ୍ତ ବିଦ୍ୟାଳୟ ରେ ୭୫ ଭାଗ ହରିଜନ ଛାତ୍ର ଛାତ୍ରୀ ପାଠ ପଡନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ୪ ଟି ଶ୍ରେଣୀଗୃହରେ ପାଠ ପଡ଼ା ଚାଲିଥିବା ବେଳେ ଏହି କିଛି ଦିନ ହେବ ରୋଷେଇ ଓ ପାଇଖାନା ଘର ନିର୍ମାଣ ଚାଲିଛି। ବିଦ୍ୟାଳୟର ଏକ ଛୋଟିଆ କୋଣ ଘରେ ଅବ୍ୟବସ୍ଥା ଭିତରେ ପିଲାଙ୍କ ପାଇଁ ରୋଷେଇ କାର୍ଯ୍ୟ ଚାଲୁଛି। ବିଦ୍ୟାଳୟ ପରିସରରେ ଏକ କୋଠା ଘର ନିର୍ମାଣ ପାଇଁ ଧାମନଗର ପଂଚାୟତ ସମିତି ପକ୍ଷରୁ ଅଟକଳ ମୂଲ୍ୟ ପ୍ରାୟ ୧୫ ଲକ୍ଷ୍ୟ ଟଙ୍କା ରେ ଦୁଇ ମାସ ପୂର୍ବରୁ ଟେଣ୍ଡର ହୋଇ ଠିକାଦାର ଙ୍କୁ କାମ କରିବା ପାଇଁ ନିର୍ଦେଶ ଦିଆ ଯାଇ ଥିଲା । ହେଲେ ବିଦ୍ୟାଳୟର ପରିଚାଳନା ପରିଷଦ, ପ୍ରଧାନ ଶିକ୍ଷକ ଉପସ୍ଥିତିରେ ନୂତନ ଘର ନିର୍ମାଣ ନେଇ ଏକ ସାଧାରଣ ବୈଠକ ହୋଇଥିଲା।ଉକ୍ତ ବୈଠକ ନିଷ୍ପତି ଅନୁଯାୟୀ ବିଦ୍ୟାଳୟର ପୁରୁଣା କୋଠା କୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରିବା,ସରକାରୀ ସ୍ତରରେ ବିଦ୍ୟାଳୟର ୦.୧୮ ଡିସିମିଲ ଜାଗା କୁ ମାପ କରି ସ୍ଥାନ ନିରୂପଣ କରିବା, ନିର୍ମାଣ ପୂର୍ବରୁ ଫଳକ ସ୍ଥାପନ କରି ସମସ୍ତଙ୍କ ଉପସ୍ଥିତିରେ ଗୃହକାର୍ଯ୍ୟ ଆରମ୍ଭ ହେବା ଏବଂ ଟେଣ୍ଡର କାର୍ଯ୍ୟର ଏଷ୍ଟିମେଟ୍ ପେପର ଠିକାଦାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କୁ ହସ୍ତାନ୍ତର ଆଦି ନେଇ ଏକ ଲିଖିତ ସହମତି ପ୍ରଦାନ ହୋଇଥିଲା।ହେଲେ ଠିକାଦାର ବ୍ଲକର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାହାକୁ କିଛି ନଜଣେଇ କାର୍ଯ୍ୟ କରୁଛି।ଏହାସହ ବିନା ଫଳକ ଓ ମାପଚୁପ ସହ ନିର୍ମାଣଧୀନ ପ୍ରକଳ୍ପ ର ଲମ୍ବ ଓ ପ୍ରସ୍ଥ, ପାଇଲିଂ ରେ କେତେଫୁଟ ଗଭୀର ହେବା,କେଉଁ ମାନର ସିମେଂଟ , ଲୁହା ରଡ଼ ଓ ବାଲି ର ବ୍ୟବହାର କୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି।ଏହି ନିମ୍ନମାନର ପରିଚାଳନା କମିଟିର ସଦସ୍ୟ,ସ୍ଥାନୀୟ ଗ୍ରାମବାସୀ ମାନେ ବିଦ୍ୟାଳୟର ଉପସ୍ଥିତ ରହି ଉକ୍ତ କାମକୁ ବନ୍ଦ ରଖିବା ସହ ନିମ୍ନମାନ କାମର ତଦନ୍ତ ନେଇ ଅଭିଯୋଗ କରିଛନ୍ତି।ସେହିପରି ଓଡ଼ିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବର୍ଷ ୨୦୨୪ -୨୫ ବାତ୍ୟା ଦାନା ସମୟରେ ଏହି ବିଦ୍ୟାଳୟର ମରାମତି ପାଇଁ ୨ ଲକ୍ଷ୍ୟ ଟଙ୍କା ଆସିଥିଲା।ହେଲେ ଉକ୍ତ ଟଙ୍କାକୁ ବିଦ୍ୟାଳୟ ମରାମତି କାର୍ଯ୍ୟ ନକରି ନୂତନ ପାଇଖାନା ଟାଙ୍କୀ ନିର୍ମାଣ ଓ ପୂର୍ବରୁ ଅର୍ଦ୍ଧନିର୍ମିତ ଥିବା ରୋଷେଇ ଓ ପାଇଖାନା ଘର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି।ଯାହାକି ସମ୍ପୂର୍ଣ ଭାବେ ବେଆଇନ ବୋଲି ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ଶିବ ଚରଣ ମଲ୍ଲିକ କହିଛନ୍ତି ନୂତନ ପ୍ରକଳ୍ପର ଆରମ୍ଭ ପୂର୍ବରୁ ପରିଚାଳନା କମିଟି ,ସ୍ଥାନୀୟ ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ବସିଲା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୁଚନା ଦେଇ ଥିଲେ।।ହେଲେ ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ପ୍ରଧାନ ଶିକ୍ଷକ କୁ ନଜଣେଇ ଘର ଭାଙ୍ଗିବା ,ନୂତନ ଘର ନିର୍ମାଣ କରିବା ,ଫଳକ ନମାରିବା ଭଳି ଘଟଣା ସନ୍ଧେହ କରିଛି।ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା ସହ ବିଦ୍ୟାଳୟ ର ସୀମା ନିର୍ଦ୍ଧାଣ ସହ ଜବର ଦଖଲ ହଟାଇ ବିଦ୍ୟାଳୟ କାମ କରିବାକୁ ଉକ୍ତ ବିଦ୍ୟାଳୟ ର ପରିଚାଳନା କମିଟି ଓ ଅଭିଭାବକ ଗିରିଶ ଚନ୍ଦ୍ର ବାରିକ,ମହେନ୍ଦ୍ର ଦାସ,ରବୀନ୍ଦ୍ର ବାରିକ,ବିଜୟ ବେହେରା ସୁଧାଂଶୁ ଶେଖର ନାୟକ ପ୍ରମୁଖ ଦାବି କରିଚନ୍ତି। ଏ ଦିଗରେ କନିଷ୍ଟ ଯନ୍ତ୍ରୀ ନିରାକାର ମହାପାତ୍ର ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଥିଲେ କାମ ବନ୍ଦ ସଂପର୍କ ରେ ମୋ ପାଖରେ ସୁଚନା ନାହିଁ। ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ ହୋଇଚି ବୋଲି ସେ କହିଥିଲେ । ତେବେ ବିଦ୍ୟାଳୟ ର ମହତ ଉଦେସ୍ୟନେଇ ସମସ୍ତ ଙ୍କ ସହମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଂଚଳ ର ବୁଦ୍ଧିଯିବି ମାନେ ମତ ପ୍ରକାଶ କରିଛନ୍ତି ।