Home ଜିଲ୍ଲା ପରିକ୍ରମା ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ଦୁଇଯନ୍ତ୍ରୀ ନିଲମ୍ବିତ

ନିମ୍ନମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ଦୁଇଯନ୍ତ୍ରୀ ନିଲମ୍ବିତ

86

କଳାହାଣ୍ଡି – ୨୭.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ନିମ୍ନ ମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ମୂଖ୍ୟଯନ୍ତ୍ରୀ ସରଜମିନ ତଦନ୍ତ କରି ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା କେନ୍ଦୁଗୁଡା- ପାଇକପଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୧୫ କି.ମି.୭୦୦ ମି. ଦୈର୍ଘ ସାନକେନ୍ଦୁଗୁଡା-ପାଇକପଡା ଭାୟା ଜୟନ୍ତପୁର ରାସ୍ତା ୪କୋଟୀ ୯୦ ଲକ୍ଷ ୬୫ ହଜାର ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି ।

ଅଭିଯୋଗରୁ ପ୍ରକାଶ ଯେ, କେନ୍ଦୁଗୁଡା- ପାଇକପଡା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମଇ ମାସ ୯ ତାରିଖ ଦିନ କାମ ବନ୍ଦ କରିଦେଇଥିଲେ । ଏଷ୍ଟିମେଟ ଅନୁସାରେ ଥିବା ଥିକନେସ ଅନୁଯାୟୀ ପିଚୁ କାମ ହୋଇନଥିବା ବେଳେ ପିଚୁ ପକାଇବା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ରାସ୍ତାରେ ବ୍ୟବହାର କରାଯାଇନଥିଲା କିମ୍ବା ସେଭଲି କିଛି ବ୍ୟବସ୍ଥା କରାଯାନଥିଲା । ଫଳତଃ ପିଚୁ ପକାଇବାର ୪ ଦିନ ପରେ ମଧ୍ୟ ହାତରେ କାଢିଦେଲେ ମଧ୍ୟ ରାସ୍ତା ଉପରୁ ପିଚୁ ବାହାରି ଯାଉଥିବା ଦେଖାଯାଉଥିଲା । ଲାଭଖୋର ମନୋବୃତି ରଖି ଯେଣତେଣ ପ୍ରକାରେ ରାସ୍ତା କାମ ସାରି ଦେବାକୁ ଠିକାସଂସ୍ଥା ଯୋଜନା କରି କାମ କରୁଥିବା ବେଳେ ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକ ଠିକାସଂସ୍ଥାକୁ ସହେଯାଗ କରୁଥିଲେ । ଏପରିକି କାର୍ଯ୍ୟସ୍ଥଳରେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ଯନ୍ତ୍ରୀଦ୍ୱୟ ଚୁପ ରହିଯାଉଥିବା ଅଭିଯୋଗ ହୋଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ଘଟଣାସ୍ଥଳକୁ ସରଜମିନ ତଦନ୍ତ କରିବା ପାଇଁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମୂଖ୍ୟଯନ୍ତ୍ରୀ ପତ୍ରସଂଖ୍ୟା ୧୨୦୯୦/୨୨.୦୬.୨୦୨୦ ଅନୁସାରେ ଉକ୍ତ ରାସ୍ତା ଦାୟୀତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.