ad
କେନ୍ଦୁଝର

ନିଆଁ ଲାଗି ୪ ବଖରା ଘର ଆସବାବପତ୍ର ସହ ଧାନ ପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାର

ହରିଚନ୍ଦନପୁର,ତା ୨୩ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କୌଣସି କାରଣରୁ ନିଆଁ ଲାଗି ୪ ବଖରା ଘର ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଥିବାର ଜଣାପଡିଛି । ଖବର ଅନୁଯାୟୀ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମପଞ୍ଚାୟତ କଣ୍ଟୁଳା ଗ୍ରାମର ପୋଖରୀ ସାହିରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାହିର √ବରୁଣ ପାତ୍ରଙ୍କର ପୁଅ ଯୁଧିଷ୍ଠିର ପାତ୍ର ଓ ରଞ୍ଜନ ପାତ୍ର ପରିବାର ସହ ରହୁଥିବା ୪ ବଖରା ଘରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ, ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବାର ଜଣାପଡିଛି । ପରିବାର ଲୋକମାନଙ୍କ କହିବା ଅନୁସାରେ କୌଣସି କାରଣରୁ ଅଚାନକ ଘରେ ନିଆଁ ଲାଗିଯାଇଥିଲା, କିଛି ଉପାୟ ନପାଇ ଜୀବନ ବିକଳରେ ଘର ବାହାରକୁ ଦୌଡି ପଳାଇଆସିଥିଲେ । ନିଆଁ ଲାଗିବାର ଦେଖି ଗ୍ରାମର ଲୋକମାନେ ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇବା ସହ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନିଆଁ ଲାଗି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top