ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷ୍ଣୁପୁର ଓ ଜଳମଣ୍ଡୁଆ ପଂଚାୟତର ଆରାଧ୍ୟ ଦେବୀ ମା ନାରାୟଣ ଚଣ୍ଡୀଙ୍କ ପୀଠକୁ ସବୁ ଦିନିଆ ରାସ୍ତା ନାହିଁ। ଏହି ପୀଠରେ ପ୍ରତିବର୍ଷ ବିଷୁବ ସଂକ୍ରାନ୍ତିରେ ପାଂଚ ଦିନ ଧରି ମେଳାରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତି। ଦୁଃଖର ବିଷୟ କ୍ରମେ ଚାରୀ ଛକିଆ ଯାନକୁ ରାସ୍ତାର ଆରମ୍ଭ ସ୍ଥଳରେ ବନ୍ଦ କରିବାକୁ ପଡିଥାଏ। କାରଣ ରାସ୍ତାର ଅବସ୍ଥା ଓ ଓଷାର ଚାରୀ ଚକିଆ ପାଇଁ ସୁବିଧା ନଥିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇ ଥାଏ ବୋଲି କମିଟି କହିଛି। ଚଳିତ ବର୍ଷ ମେଳା ସମୟରେ ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇ ଥିଲା। ମଙ୍ଗୁଳିଆ ସାହି ମୌଜାରେ ଅବସ୍ଥିତ ଏହି ପୀଠକୁ ଯିବାପାଇଁ ଗ୍ରାମ୍ୟ ଉନ୍ନୟନ ରାସ୍ତାର ସ୍କୁଲ ଛକରୁ ଦୀର୍ଘ ଦୁଇ କି. ମି. ରାସ୍ତା ବିଗତ ସରପଂଚଙ୍କ ସମୟରେ ନରେଗା ଯୋଜନାରେ ମାଟି କାମ ଅଳ୍ପ ଓଷାରରେ କରାଯାଇଥିଲା। କିନ୍ତୁ ଏହାକୁ ଓସିର କରି ମେଂଟାଲ ମହରମ ରାସ୍ତାରେ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ କେହି ଦୃଷ୍ଟି ଦେଇ ନାହାନ୍ତି। ଅଲୱଦର ରୋଡ଼ ସ୍କିମରେ ଏହି ରାସ୍ତାକୁ ଅର୍ଥ କମିଶନ ଅର୍ଥରେ ଅନ୍ତର୍ଭୁକ୍ତ କରି ନିର୍ମାଣ କରିବାକୁ ପ୍ତାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଜଣାଇଛନ୍ତି।