Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ମାମଲା : ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କନ୍ୟା ପିତା

ନାବାଳିକା ଅପହରଣ ମାମଲା : ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କନ୍ୟା ପିତା

87

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୭ ତାରିଖ ସ୍କୁଲରୁ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଆଣିବାକୁ ଯାଇ ଜନୈକା ନାବାଳିକା ଆଉ ଘରକୁ ନଫେରିବା ଘଟଣାକୁ ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ପରିବାର ବର୍ଗଙ୍କୁ ନା ପଂଚାୟତ, ନା ଥାନା କୌଣସି ଠାରୁ ନ୍ୟାୟ ନମିଳିବାରୁ ଶେଷରେ ସେ ଉଚିତ୍ ନ୍ୟାୟ ପାଇବା ଆଶାରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଏହି ଜିଲାର ବନ୍ତ ବ୍ଲକ୍ ଗୋପୀନାଥପୁର ପଂଚାୟତ ଅନ୍ତର୍ଗତ ବଡସନ୍ଦାଡୋ ଗ୍ରାମର ରମେଶ ବରାଳଙ୍କ ଝିଅ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଉକ୍ତ ସାର୍ଟିଫିକେଟ୍ ପାଇବା ଆଶାରେ ସେ ଗତ ୭ ତାରିଖ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ । ସବୁଆଡେ ଖୋଜାଖୋଜି କରିବା ପରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ଉକ୍ତ ଗ୍ରାମର ସଚିତାନନ୍ଦ ମହାନ୍ତିଙ୍କ ପୁଅ ଉତ୍ତମ (ମାଳିଆ) କେତେକ ସାଙ୍ଗଙ୍କ ସହାୟତାରେ ତାଙ୍କ ଝିଅକୁ ଉଠାଇ ନେଇଯାଇଛି । ଏହି ଖବର ନେଇ ଝିଅଘର ତରଫରୁ ସଚିତାନନ୍ଦଙ୍କ ପରିବାର ସହ ଯୋଗାଯୋଗ କରିବାରୁ ଉତ୍ତମ ମଧ୍ୟ ଫେରାର ଥିବାର ଜାଣିବାକୁ ପାଇଥିଲେ । ପରେ କୌଣସି କିଛି ଉପାୟ ଝିଅର ମା’ ଥାନାର ଆଶ୍ରୟ ନେଇଥିଲେ । ସସ୍ମିତା (ଝିଅର ମା) ଙ୍କ ଅଭିଯୋଗ ମୂଳେ ଆଗରପଡା ଥାନା କେଶ୍ ନଂ ୯୫, ତା ୨୦.୦୯.୧୯ ରିଖରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ପିତାଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଏହି ଘଟଣାର ସମାଧାନ ପାଇଁ ପଂଚାୟତରେ ଗ୍ରାମସଭା ମଧ୍ୟ ଡକାଯାଇଥିଲା । ସରପଞ୍ଚ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ପରିବାର ଥାନାରୁ କେଶ୍ ଉଠାଇଲେ ଆମେ ପୁଅ ଓ ଝିଅକୁ ହାଜର କରାଇବୁ ବୋଲି କହିଥିଲେ । ଝିଅଘର ପରିବାର ଏଥିରେ ରାଜି ନହୋଇ ଥାନା ମାଧ୍ୟମରେ ଏହାର ସମାଧାନ କରାଇବାକୁ କହିଥିଲେ । ଘଟଣାକୁ ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ପରିବାର ବର୍ଗଙ୍କ ନ୍ୟାୟ ନମିଳିବାରୁ ଶେଷରେ କନ୍ୟା ପିତା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଝିଅକୁ ଫେରିପାଇବା ଆଶାରେ ତାଙ୍କ ଠାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ଉକ୍ତ ଘଟଣା ଜିଲା ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ମଧ୍ୟ କନ୍ୟା ପିତାଙ୍କ ତରଫରୁ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.