Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣା, ଅଭିଯୁକ୍ତ ଗିରଫ ଓ ଆଇଆଇସିଙ୍କ ନିଲମ୍ବନ ପ୍ରତିବାଦରେ...

ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣା, ଅଭିଯୁକ୍ତ ଗିରଫ ଓ ଆଇଆଇସିଙ୍କ ନିଲମ୍ବନ ପ୍ରତିବାଦରେ ବିଜେପି ପକ୍ଷରୁ ରାସ୍ତାରୋକ

131

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣାକୁ ବିତିଲାଣି ୭ ଦିନ । ହେଲେ ଫେରାର ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ପୁଲିସ୍ ଧରିବାରେ ସକ୍ଷମ ହୋଇପାରିନାହିଁ । ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୁଲିସ୍ କର୍ମଚାରୀଙ୍କ ଉପରେ ମଧ୍ୟ ବିଭାଗ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ଏହାର ପ୍ରତିବାଦ କରିବା ସହ ଚାନ୍ଦବାଲି ଥାନା ଆଇଆଇସିଙ୍କ ନିଲମ୍ବନ ଦାବି କରି ଆଜି ଚାନ୍ଦବାଲି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡା ଛକ ଠାରେ ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ବିଜେପିର ଶତାଧିକ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ । ଫଳରେ ଭଦ୍ରକରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ ଓ ୪ ଚକିଆ ୨ ଚକିଆ ଗାଡିଗୁଡିକ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ରାସ୍ତାରୋକ ପାଇଁ ଲୋକମାନଙ୍କର ଯାତାୟତରେ ବହୁ ଅସୁବିଧା ସୃଷ୍ଟି ହେବା ସହ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ପଳାସପୁର ଗାଁର ଜଣେ ନାବାଳିକାକୁ ବିଜୟନଗର ପଂଚାୟତର ଗୋବିନ୍ଦପୁର ଗାଁର ଅଜୟ ନାୟକ ଓ ତାର ୨ ଜଣ ସହଯୋଗୀ ଅପହରଣ କରିଥିବାର ଅଭିଯୋଗ ପରେ ଚାନ୍ଦବାଲି ପୁଲିସ୍ ନିମାପଡାରୁ ଅଭିଯୁକ୍ତ ଯୁବକ ଓ ନାବାଳିକାକୁ ଗିରଫ କରିଥିଲା । ହେଲେ ଗିରଫ ଆସାମୀ ଜଣକ ଗତ ୨ ତାରିଖ ରାତିରେ ଥାନାର ପଛପଟ ଝରକାକୁ ତାଡି ଚମ୍ପଟ ମାରିଥିବାବେଳେ ଏପର୍ଯ୍ୟନ୍ତ ପୁଲିସ୍ ଫେରାର ଅଭିଯୁକ୍ତକୁ ଗିରଫ କରିପାରିନି । ଘଟଣାସ୍ଥଳରେ ଚାନ୍ଦବାଲି ଏସ୍‌ଡିପିଓ ଉମାଶଙ୍କର ମହାରଣା ପହଞ୍ôଚ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଲୋକମାନେ ସେମାନଙ୍କର ଜିଦ୍‌ରେ ଅଡି ବସିଥିଲେ । ଘଟଣାସ୍ଥଳରେ ଭଦ୍ରକ ଜିଲାର ଅତିରିକ୍ତ ଏସ୍‌ପି ପହଞ୍ôଚ ଲୋକମାନଙ୍କୁ ବୁଝାସୁଝା କରିବା ସହ ଫେରାର ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ଏବଂ ଆଇଆଇସି ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡିକ ଏସ୍‌ପିଙ୍କୁ ଅବଗତ କରାଇବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.