Home Top News ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକଙ୍କୁ ଖୁଣ୍ଟ ରେ ବାନ୍ଧି ପିଟିଲେ ଗ୍ରାମବାସୀ

ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକଙ୍କୁ ଖୁଣ୍ଟ ରେ ବାନ୍ଧି ପିଟିଲେ ଗ୍ରାମବାସୀ

75

କେନ୍ଦୁଝର ୧୪-୨ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିମିରଦାପଶି ଗ୍ରାମରେ ଜଣେ ନାବଳିକା କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଗାଁ ମଝିରେ ଥିବା କ୍ଳବ ଘର ର ଖୁଣ୍ଟ ରେ ବାନ୍ଧି ପିଟିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ଜଣେ ନାବଳିକା ଗତକାଲି ସନ୍ଧ୍ୟାରେ ପୋଡ଼ଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ନାବଳିକା ର ପାଟି କୁ ବନ୍ଦ କରି କିଛି ରାସ୍ତା ନେଇଯିବା ପରେ ଦୁଷ୍କର୍ମ କରିଥିଲା ପରିବାର ଲୋକେ ନାବଳିକା କୁ ଖୋଜାଖୋଜି କରିବା ପରେ ପ୍ରକୃତ କଥା ଜଣା ପଡିଥିଲା । ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଅଭିଯୁକ୍ତ କୁ ଘରୁ ଆଣି ଗାଁ ମଝିରେ ଥିବା କ୍ଳବ ଘର ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.