Home ଜିଲ୍ଲା ପରିକ୍ରମା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଙ୍କ ପ୍ରତିମୂର୍ତି ସ୍ଥାପନ ଦାବି

ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଙ୍କ ପ୍ରତିମୂର୍ତି ସ୍ଥାପନ ଦାବି

15

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାରସ୍ୱତ ଜଗତର ପ୍ରଚଣ୍ଡ ପ୍ରତିଭାଧର ଗଣ ନାଟ୍ୟକାର ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ କଳାତ୍ମକ ସ୍ୱାଭିମାନ, ସିଦ୍ଧି ଓ ସାଧନାର ମାନସିକ ଚିତବୃଦ୍ଧିର ପଟାନ୍ତର ନାହିଁ । ଭଦ୍ରକ ମାଟିରେ ଜନ୍ମ ଗ୍ରହଣ କରି ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ଏକବିଂଶ ଶତାବ୍ଦୀର ଅଦ୍ୟପ ପର୍ଯ୍ୟନ୍ତ ନିୟମିତ ଭାବରେ କଳା ସାଧନା କରି ଆସିଥିବା ଏହି କାଳଜୟୀ ସ୍ରଷ୍ଟା ନିଜର ଦୃଢ଼ ବ୍ୟକ୍ତିତ୍ୱ, ନିଷ୍ଠାପର ସାଧନା ଦ୍ୱାରା ଗୋଟିଏ ଐତିହାସିକ ମହାଜାତିର ମଣ୍ଡନ କରି ଜନାଦୃତ ହୋଇପାରିଥିଲେ। ଅନେକଙ୍କ ମତରେ ସେ ଥିଲେ ଓଡ଼ିଶାର ସେକ୍ସପିଅର।ତେବେ ବିଡମ୍ବନାର ବିଷୟ ହେଉଛି ପର୍ଯ୍ୟନ୍ତ ଏପରି । ଜଣେ ପ୍ରଥିତଯଶା ନାଟ୍ୟକାରଙ୍କ ସ୍ମୃତିରକ୍ଷା ପାଇଁ ସରକାରୀ ସ୍ତର ରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ‘ଯାତ୍ରା’ ସଂସ୍କୃତି ର ଆଧୁନିକତାର ଯୁଗସ୍ରଷ୍ଟା ଭାବରେ ସେ ଅକ୍ଷୟ ଗୌରବର ଅଧିକାରୀ। ଗୀତିନାଟ୍ୟ ଯୁଗର ମଶାଲ ଶୋଭିତ ମଂଚ କୁ ଆଧୁନିକ ମଂଚ ମାୟାରେ ପରିବର୍ତିତ କରି ଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ସଙ୍ଗେ ସଙ୍ଗେ ଏହାକୁ ମର୍ଯ୍ୟାଦାନକ ସ୍ତରରେ ପହଂଚାଇ ଜାତୀୟ ପରିଚୟ ସୃଷ୍ଟି କରିବାରେ ସେ ସକ୍ଷମ ହୋଇଥିଲେ। ‘ପଣ୍ଡା ମାଷ୍ଟ୍ରେ’ ଭାବରେ ସାରା ରାଜ୍ୟରେ ତଥା କଳା ଜଗତରେ ଅନନ୍ୟ ସ୍ରଷ୍ଟା ଭାବରେ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ଥିଲେ। । ଏକମାତ୍ର ଯାତ୍ରାଗୁରୁ ଭାବରେ ଓଡିଶା ସାହିତ୍ୟ ଏକାଡେମୀ ଏକାଡେମୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତହେବା ସହିତ ପଶ୍ଚିମବଙ୍ଗ, ବିହାର, ଗୁଜୁରାଟ ଓ ଦିଲ୍ଲୀ ଭଳି ରାଜ୍ୟର ବହୁ ମର୍ଯ୍ୟାଦାଜନକ ସମ୍ମାନ ଓ ସମ୍ବଦ୍ଧନାର ଅଧିକାରୀ ହୋଇ ଓଡିଆ ଯାତ୍ରା ଜଗତକୁ ଶ୍ରୀମଣ୍ଡିତ କରିବା ସହିତ ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି। ଏଥି ସ?ହିତ ବହୁ ସଫଳ କଳାକାରଙ୍କ ସୃଷ୍ଟି ପଛରେ ପଣ୍ଡା ମାଷ୍ଟ୍ରେଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତେବେ ଭଦ୍ରକ ସହରର କୌଣସି ଏକ ମୁଖ୍ୟ ଛକରେ ନାଟ୍ୟାଚାର୍ଯ୍ୟ ଶ୍ରୀ ପଣ୍ଡାଙ୍କ ଏକ ପ୍ରତିମୂର୍ତି ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ପଦ ପଦକ୍ଷେପ ନେବାକୁ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଧୁଷୁରି ପ୍ରେସ ୟୁନିଅନର ସଦସ୍ୟ ଗଣ,କଲ୍ୟାଣୀ ବରିଷ୍ଠ ନାଗରିକ ମଂଚ, ଅନୁକମ୍ପା ମହିଳା ସଂଗଠନ, କୋଠାର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.