Home ଜିଲ୍ଲା ପରିକ୍ରମା ନଳଗୋହିରାରେ ପଥଚାରୀଙ୍କ ଶୋଷ ମେଣ୍ଟାଉଛି ୱାଟର ଏଟିଏମ୍

ନଳଗୋହିରାରେ ପଥଚାରୀଙ୍କ ଶୋଷ ମେଣ୍ଟାଉଛି ୱାଟର ଏଟିଏମ୍

68

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିରେ ଦିନକୁ ଦିନ ଜଳସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଠୁ ସହର ଯାଏ ବିଭିନ୍ନ ଛକ ବଜାରରେ ସ୍ଥାପନ ହେଉଛି ୱାଟର ଏଟିଏମ୍ । ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନଳଗୋହିରା ପଂଚାୟତର ସ୍ଥାନୀୟ ମାର୍କେଟ୍‌ର ଜିଲାର ପ୍ରଥମ ୱାଟର ଏଟିଏମ୍ ସ୍ଥାପନ ହୋଇଛି । ଏହି ଅଂଚଳର ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଯୁବ ସରପଞ୍ଚ ଇଂ ଆଶୁତୋଷ ଭୋଇ ଏହି ପଦକ୍ଷେପ ନେଇଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି । ଚାନ୍ଦବାଲି ବ୍ଲକ୍‌ର ନଳଗୋହିରା ମାର୍କେଟ୍ ଦେଇ ଧାମରା, ମତୋ, ଜଳଧରପୁର ଅଂଚଳକୁ ଯାତାୟତ କରୁଥିବା ବାଟୋଇଙ୍କ ଶୋଷ ମେଣ୍ଟାଉଛି ଏହି ୱାଟର ଏଟିଏମ୍ । ବଜାରରେ ଶୁଦ୍ଧ ପାନୀୟ ବୋତଲ ପିଛା ୧୫ ରୁ ୨୦ ଟଙ୍କାରେ ମିଳୁଥିବାବେଳେ ନଳଗୋିହରା ମାର୍କେଟରେ ୱାଟର ଏଟିଏମ୍‌ରେ ୧ ଟଙ୍କା ଭର୍ତ୍ତି କଲେ ଏକ ଲିଟର ବିଶୁଦ୍ଧ ପାଣି ମିଳୁଛି । ବିଶେଷକରି ସବୁବର୍ଗର ଲୋକଙ୍କୁ ସରକାରଙ୍କ ଏହି ପାନୀୟ ଜଳ ପ୍ରକଳ୍ପ ବେଶ ଉପକାରରେ ଆସୁଥିବାର ଦେଖାଯାଉଛି । ଯୁବ ସରପଞ୍ଚ ଇଂ ଆଶୁତୋଷ ଭୋଇଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶି ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.