Home ଜିଲ୍ଲା ପରିକ୍ରମା ନରିପୁର ଆଞ୍ଚଳିକ ରଜମହୋତ୍ସବ ପ୍ରସ୍ତୁତି ବୈଠକ

ନରିପୁର ଆଞ୍ଚଳିକ ରଜମହୋତ୍ସବ ପ୍ରସ୍ତୁତି ବୈଠକ

23

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଅଣିଜୋ ପଞ୍ଚାୟତ ନରିପୁର ଆଞ୍ଚଳିକ ରଜ ମହୋତ୍ସବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମହୋତ୍ସବ ଆସନ୍ତା ଜୁନ୍ ମାସ ୧୪ ରୁ ୧୭ ତାରିଖ ଚାରିଦିନ ବ୍ୟାପି ଆଦର୍ଶ ସେବା ସଂଗଠନ ଆନୂକୁଲ୍ୟରେ ପାଳନ କରାଯିବ । ମହୋତ୍ସବ କମିଟିର ଉପଦେଷ୍ଟା ମଦନ ମୋହନ ଚୌଧୁରୀଙ୍କ ଆବାହକତ୍ୱରେ ସଭାପତି ବାପି ପାଣିଗ୍ରାହୀ, ସମ୍ପାଦକ କପିଳେନ୍ଦ୍ର ସାହୁ, ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ରମେଶ ପଣ୍ଡା, ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହ, ଶିକ୍ଷାବିତ୍ ବିଷ୍ଣୁପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭ୍ୟ ରବିନ୍ଦ୍ର ଜେନା, ଜଗତ ଜୀବନ ପାଣିଗ୍ରାହୀ, ଲକ୍ଷ୍ମୀଧର ପଣ୍ଡା, ଉମାକାନ୍ତ ପଣ୍ଡା,ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭ ଦିବସରେ ଗ୍ରାମଦେବତୀଙ୍କ ପିଠରେ ପୂଜାର୍ଚ୍ଚନା କରାଯାଇ ମସାଲ ଶୋଭାଯାତ୍ରା ବାହାରିବ । ରଜ ମହୋତ୍ସବ ପଡିଆରେ ରଜବତୀ ଠାକୁର, ପାଶ୍ୱର୍ ଦେବାଦେବୀ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜାଯିବ । ସାଂସ୍କୃତିକ ମଞ୍ଚରେ ନୃତ୍ୟ,ସଙ୍ଗୀତ, ରଜକୁଇନ୍ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ । ଏଥିସହ ଅଲିୟୁଡ ଓ ଜଲିୟୁଡ୍ ଜଗତର ନାମୀଦାମୀ କଳାକାର ମନୋରଞ୍ଜନ କରିବେ ବୋଲି ସମ୍ପାଦକ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ପଣ୍ଡା, ଶେଖର ବେହେରା, କ୍ଷିରୋଦ ଚୌଧୁରୀ, ସୁବ୍ରତ ପଣ୍ଡା, ସୁବ୍ରତ ପଣ୍ଡା,ଜ୍ଞାନରଞ୍ଜନ ଦାସ,ଗଣେଶ ଦାସ, ନିରଞ୍ଜନ ପାଢୀ, ନିରାକାର ତ୍ରିପାଠୀ, ଯୁଧିଷ୍ଠିର ଜେନା, କାଶୀନାଥ ପଣ୍ଡା,ସରପଞ୍ଚ ପ୍ରତିନିଧି ଜଗବନ୍ଧୁ ପୃଷ୍ଟି, ନିରାକାର ତ୍ରିପାଠୀ, ଭଗବାନ ତ୍ରିପାଠୀ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ । ପ୍ରକାଶଯେ ବନ୍ତ ବ୍ଲକର ନିମାପଡା, ପୁରୁଷଣ୍ଢ ହୋଲି ପଡିଆ, ଟିକିରା ର ବରଗଛ ପଡିଆ, ଟିଲୋ, ପୋଡାପାଟଣାରେ ଓଡିଆର ଏହି ମହାନ୍ ଗଣ ପର୍ବ ପାଳନ କରାଯାଉଥୁବା ବେଳେ ନରିପୁର ଆଦର୍ଶ ସେବା ସଂଗଠନ ଆନୁକୂଲ୍ୟରେ ପାଳନ କରାଯାଉଥୁବା ଆଞ୍ଚଳିକ ରଜ ମହୋତ୍ସବ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.