Home ଖେଳ ନବରଙ୍ଗପୁର ଜିଲ୍ଲା କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଯୋଗ ଦିବସ

ନବରଙ୍ଗପୁର ଜିଲ୍ଲା କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଯୋଗ ଦିବସ

47

ନବରଙ୍ଗପୁର ୨୩-୬ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ, ୨୦୨୨ ପାଳିତ ହେଇଯାଇଛି। ଏହି ଅବସରରେ ସ୍ଥାନୀୟ ନବରଙ୍ଗପୁର ନୂତନ ଜିଲ୍ଲା କୋର୍ଟ ପରିସରରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ ଦୁବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ବିଚାର ବିଭାଗୀୟ ଅଧିକାରୀ ଭାବେ ପରିବାର ବିଚାର ବିଭାଗୀୟ ବିଚାରପତି ଡକ୍ଟର ମୁନ ରାନୀ ମିଶ୍ର, ଅତିରିକ୍ତ ଜିଲ୍ଲା ବିଚାରପତି (POCSO Act) ଶ୍ରୀମତୀ ପ୍ରଣତୀ ସାହା, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ଜିଲ୍ଲା ଆଈନଜୀବି ସଂଘର ସମ୍ପାଦକ ଶ୍ରୀଯୁକ୍ତ ରାମ ପ୍ରସାଦ ପାତ୍ର, ବହୁ ଆଇନଜୀବି ଓ କୋର୍ଟ କର୍ମଚାରୀମାନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି ଯୋଗ ଶିବିରରେ ଶ୍ରୀଯୁକ୍ତ.ସୁଶୀଲ ଜୈନ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.