Home ଜିଲ୍ଲା ପରିକ୍ରମା ନବବଧୂକୁ ହତ୍ୟା ଘଟଣା: ତଦନ୍ତରେ ଶିଥଳତା ଅଭିଯୋଗ

ନବବଧୂକୁ ହତ୍ୟା ଘଟଣା: ତଦନ୍ତରେ ଶିଥଳତା ଅଭିଯୋଗ

134

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାହର ମାତ୍ର ୭ ସପ୍ତାହ ପରେ ନବବଧୂକୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମୃତକଙ୍କ ଭାଇ ଅନନ୍ତ ପରିଡ଼ାଙ୍କ ଏତାଲାକୁ ଗ୍ରହଣ କରି ବନ୍ତ ପୁଲିସ ଥାନାରେ ମାମଲା ରୁଜ୍ଜୁ କରି ଚୁପ ହୋଇ ବସିଥିବାର ଅଭିଯୋଗ ହୋଇଛି । ଏନେଇ ଆଜି ଅନନ୍ତଙ୍କ ସମେତ ସିଦ୍ଧଦୁର୍ଗା ଟ୍ରଷ୍ଟର ଅଧ୍ୟକ୍ଷ ଭରତ ବାରିକ, ସୁଶାନ୍ତ ବେହେରା, ପଦ୍ମଲୋଚନ ବେହେରା, ନିତ୍ୟାନନ୍ଦ ଜେନା, ହରେକୃଷ୍ଣ ମଲିକ, ନାରୀନେତ୍ରୀ ତିଳୋତ୍ତମା ନାୟକ ପ୍ରମୁଖ ବନ୍ତ ଥାନାରେ ପହଞ୍ôଚ ଏହି ନାରକୀୟ ହତ୍ୟାଘଟଣା ତଦନ୍ତରେ ଶିଥଳତା, ଯୌତୁକ ସାମଗ୍ରୀ ଜବତ, ଫେରାର ଆସାମୀ ମାନଙ୍କୁ ଧରିବାରେ ବିଫଳତା ବିଷୟରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ- ଏହି ଥାନା ଅନ୍ତର୍ଗତ ଘରପଦା ଗ୍ରାମର ୰ ବାବାଜୀ ଦାସଙ୍କ ସାନପୁଅ ମଧୁସୂଦନ ଦାସ(୩୩) ଗତ ୨୦.୭.୨୦ରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗଣିଜାଙ୍ଗ ବୃନ୍ଦାବନପୁର ଗ୍ରାମର ୰ ରବିନ୍ଦ୍ର ପରିଡ଼ାଙ୍କ ଝିଅ ପଦ୍ମିନୀ(୨୫)ଙ୍କୁ ବୈଦିକରିତୀରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାଘର ପକ୍ଷରୁ ବରପକ୍ଷକୁ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଆଳିଅଳଙ୍କାର ଯୌତୁକ ଆକାରରେ ପ୍ରଦାନ କରାଯାଇଥିଲା । ବିବାହର ମାତ୍ର ୧୦/୧୫ଦିନ ପରେ କୌଣସି କାରଣ ନଥାଇ ପଦ୍ମିନୀର ସ୍ୱାମୀ ମଧୁ, ଦେଢ଼ଶୁର ଶମ୍ବୁନାଥ ଓ ଯାଆ ନିରୁପମା ମିଶି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏନେଇ ଭଦ୍ରଲୋକ ଓ ସରପଞ୍ଚଙ୍କ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ଗତ ଅଗଷ୍ଟ ମାସ ୩୧ ତାରିଖରେ ପଦ୍ମିନୀ ମୃତ୍ୟୁ ବରଣ କରିଛନ୍ତି ବୋଲି ଦିନ ପ୍ରାୟ ୨ଟା ବେଳେ ଜାଣିବାକୁ ପାଇ, ସ୍ୱାମୀ ମଧୂ, ଦେଢ଼ଶୁର ଶମ୍ବୁନାଥ, ଯାଆ ନିରୁପମା ଓ କାଉପୁର ନିକଟସ୍ଥ ମୁକ୍ତାଡିହ ଗ୍ରାମର ଭାଗିରଥୀ ଦାସ ମିଶି ପଦ୍ମିନୀର ତଣ୍ଟିଚିପି ହତ୍ୟା କରିଥିବା ବିଷୟ ମୃତକଙ୍କ ଭାଇ ଅନନ୍ତ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହ ମୁଖ୍ୟଅଭିଯୁକ୍ତ ସ୍ୱାମୀ ମଧୁକୁ ଗିରଫ କରିଥିଲେ । ତେବେ ମାମଲାର ଶୀଥିଳତା ନେଇ ଅଭିଯୋଗ ପରେ ଥାନାଧିକାରିଣୀ ମୀନା ବିନ୍ଧାଣୀ କହନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସି ସାରିଛି ଏହା ସୁଇସାଇଡ଼ ଜନିତ ବୋଲି ଜଣାପଡ଼ିଛି । ରବିବାର ମୃତକଙ୍କ ଘରକୁ ଯାଇ ଜିନିଷପତ୍ର ଜବତ କରାଯିବ, ତେଣୁ ଶିଥଳତାର ପ୍ରଶ୍ନ ଉଠୁ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.