Home ଜିଲ୍ଲା ପରିକ୍ରମା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଦାବିପତ୍ର, ଲୁଣା ପାଣି ଜମି ହଜାର ହଜାର...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଦାବିପତ୍ର, ଲୁଣା ପାଣି ଜମି ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ

10

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଗଳିଆ ନଦୀ ସୁଇଜ ଗେଟରେ ଲୁଣା ପାଣି ନିଷ୍କାସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଚାନ୍ଦବାଲି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତିକ୍ଷ ନବନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଉତୁକୁଡା, ଚଡଦିଆ, ନଳଗୋହିରା, ବିଜୟନଗର, ଓରାସାହି, କାଣ୍ଡଗରଡ଼ି ଆଜି ପଂଚାୟତର ଶତାଧିକ ଚାଷୀ ସ୍ଥାନୀୟ କାଳୀ ମନ୍ଦିର ପାଖରୁ ବାହାରି ତହସିଲ ଅଫିସ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ଓ ସେଠାରେ ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଦାବି ପତ୍ର ଦେଇଥିଲେ । ଚାଷୀମାନଙ୍କ ଦାବି ଅନୁସାରେ ଗଳିଆ ନଦୀ ଉପରେ ଥିବା ସାତୋଟି ସୁଇଜ ଗେଟ ମଧ୍ୟରୁ ଚାରୋଟି ଗେଟ ଅଧଖଣ୍ଡିଆ ହୋଇପଡିଛି ଆଉ ତିନୋଟି ଗେଟ ଖୋଲାଯାଉନି ଫଳରେ ନଟି ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ଲୁଣା ପାଣି ମାଡି ଚାଷ ନଷ୍ଟ କରୁଛି। ଏଣୁ ତୁରନ୍ତ ଗେଟ ଖୋଲି ଲୁଣା ପାଣି ନିଷ୍କାସନ କରିବାକୁ ଚାଷୀମାନେ ଦାବି କରିଛନ୍ତି ଯଦି ପ୍ରଶାସନ ତୁରନ୍ତ ଚାଷୀ ମାନଙ୍କ ସମସ୍ୟାର ସମାଧାନ ନକରେ ତେବେ ଆଗାମୀ ଦିନରେ ହଜାର ହଜାର ଚାଷୀ ଆନ୍ଦୋଳନକୁ ଓଲ୍‌ହାଇବେ ବୋଲି ଚେତାବନୀ ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ କୃଷ୍ଣ ଚନ୍ଦ୍ର ବିଶ୍ୱାଳ । ଏହି କାର୍ଯ୍ୟକ୍ରମରେ ବିଜୟନଗର ସରପଂଚ, ଦିଲ୍ଲୀପ ରାଉତ,ସଂଯୋଜକ କୃଷ୍ଣ ଚନ୍ଦ୍ର ବିଶ୍ୱାଳ,ପ୍ରଫୁଲ୍ଲ ଦାସ, ବିଜୟ ରାଉତ, ଦୃଯ୍ୟଧାନ ରାଉତ, ପ୍ରମାଣନ୍ଦ ମଲ୍ଲିକ, କାୟିଳାସ ଦାସ, ପ୍ରଫୁଲ୍ଲ ପ୍ରଧାନ, ପିତାମ୍ବର ସ୍ୱନଇଁ, ଧୀରେନ୍ଦ୍ର ପ୍ରଧାନ,ଗୌରହାରି ବେହେରା, ହେମନ୍ତ ନାୟକ, ସୁରେନ୍ଦ୍ର ନାୟକ, ଭକ୍ତଚରଣ ସାହୁ, ସୁବାସ ଚନ୍ଦ୍ର ନାୟକ, ଉପେନ୍ଦ୍ର ଦାସ, ଭୀମସେନ ଦାସ, ଲୋକନାଥ ବିଶ୍ୱାଳ, ମୁରଲୀଧର ଜେନା, ସନ୍ଥଚରଣ ନାୟକ,ଶ୍ରୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.