ad
ଓଡ଼ିଶା

ନକ୍ସଲ ନାମରେ ଧମକ ୧ଗିରଫ

ରାୟଗଡା, ୩୦।୧୧(ଓଡ଼ିଆ ପୁଅ/ରବିନ୍ଦ୍ର ପାଟ୍ଟଖଣ୍ଡାଳ)-ନକ୍ସଲ ନାମରେ ଚାନ୍ଦା ଆଦାୟ ପାଇଁ ଧମକପୂର୍ଣ୍ଣ ଚିଠି ଦେବା ଅଭିଯୋଗରେ ଜାଦାଗାଡୁଲା ବସନ୍ତ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ରାୟଗଡା ସହରରେ ରହୁଥିବା ଗୋପାଲ ଚେଟି ଇଶ୍ୱର ନାମକ ଜଣେ ବ୍ୟବସାୟୀଙ୍କୁ ମାଓବାଦୀ ନେତା ଚେଲପତିଙ୍କ ନମାକୁ ବ୍ୟବହାର କରି ପାର୍ଟି ଚାନ୍ଦା ରୂପେ ୫୦ଲକ୍ଷ ଟଙ୍କା ଦାବି କରିବାପରେ ଏତଲା ପାଇ ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ ଜଣେ ପ୍ରେଟ୍ରୋଲ ପମ୍ପ ମାଲିକ ଗାନ୍ଧି ଗୋପାଲ ଚେଟିଙ୍କୁ ମାଓବାଦୀ ମାନେ ହତ୍ୟା କରିଥିଲେ। ତା ପରଠାରୁ ଇାଶ୍ୱର ରାଗୟଡା ସହରର ଗାୟତ୍ରୀ ନଗରରେ ରହିଆସୁଥିଲେ। ତେବେ ଗତ ୨୨ତାରିଖରେ ଇଶ୍ୱର ଘରେ ନଥିବା ଅବସ୍ଥାରେ ଜଣେ ଅଚିହ୍ନା ବ୍ୟକ୍ତି ଏକ ବନ୍ଦ ଲଫାପା ନେଇ ମାଓବାଦୀ ନେତା ଚେଲପତିଙ୍କ ଜରୁରୀ ଚଠି କହି ତାଙ୍କ ଭାଉଜଙ୍କୁ ଦେଇଆସିଥିଲେ। ଚଠିଟି ସମ୍ପୂର୍ଣ୍ଣ ତେଲୁଗୁ ଭାଷାରେ ଲୋଖାଯାଇଥିବା ବେଳେ ତାହା ପଢ଼ି ଚିଠିଟି ସିପିଆଇ ଏମଏଲ ପକ୍ଷରୁ ଦିଆଯାଇଥିବା ଲେଖାଯାଇଥିଲା। ଧମକପୂର୍ଣ୍ଣ ଭାଷାରେ ୫୦ଲକ୍ଷ ପାର୍ଟ ଚାନ୍ଦା ମାଗିବାସହ ତୁରନ୍ତ ନଦେଲେ ପରିଣାମ ଭୟାବହ ହେବବୋଲି ସେଥିରେ ଉଲେଖ ରହିଥିଲା। ଚିଠିପଢ଼ି ଇଶ୍ୱର ତୁରନ୍ତ ପୁଲିସର ଦ୍ୱାରାସ୍ଥ ହୋଇ ଏତଲା ଦେଇଥିଲେ। ଏତଲାକୁ କେସ ନମ୍ବର ୨୬୦/୨୬.୧୧.୨୦୧୮ପ୍ରକାରେ ପଞ୍ଜିକରଣ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ସମ୍ପୃକ୍ତ ଯୁବକ ପରବର୍ତ୍ତୀ ସମୟରେ ବରାବର ଫୋନ ଜରିଆର ତୁରନ୍ତ ଟଙ୍କା ଦେବାପାଇଁ ଦାବି କରିଆସୁଥିଲା। ଯଦି ସମ୍ପୂର୍ଣ୍ଣ ଟଙ୍କା ନାଥାଏ ତେବେ ଅତିଶିଘ୍ର ୨୦ଲକ୍ଷ ଯୋଗାଡ କରି ସହରର ଡିଆଇସି ଛକରେ ଦେବାକୁ ଯୁବକ ଜଣକ ଫୋନଯୋଗେ ନିର୍ଦ୍ଦେଶ ଦେଇଥିଲା। ଏହାକୁ ଭିତିକରି ଏସଆଇ କେ ସମରିଆଙ୍କ ନେତୃତରେ ପୁଲିସର ଏକଟିମ ସାଦା ପୋଷାକରେ ସାରା ଛକରେ ଛପିରହିଥିଲେ। ପୂର୍ବରୁ ଚାନ୍ଦା ମାଗୁଥିବା ବ୍ୟକ୍ତି ଜଣକ ଗେଟିଏ ମଟର ସାଇକଲରେ ଆସି ପୂର୍ବରୁ ଉପସ୍ଥିତ ଥିବାବେଳେ ଇଶ୍ୱର ଏକ ବୁଲେଟ ନମ୍ବର ଓଡି୧୮ଡି. ୧୯୨୯ ଗାଡିରେ ଡିଆସି ଛକରେ ପହଞ୍ଚିଥିଲେ। ଛକଠାରୁ କିଛି ଦୂର ଏକ ଆପାର୍ଟମେଣ୍ଟ ସମ୍ମୁଖରେ ହାତରେ ଏକ ଭୂଜାଲି ଧରି ଇଶ୍ୱରଙ୍କୁ ବ୍ୟାଗ ଦେବାପାଇଁ ଯୁବକ ଜଣକ କହିଥିଲେ। ଘଟଣାସ୍ଥଳରେ ଲୁଚିରହିଥିବା ପୁଲିର ଜାଲରେ ଯୁବକ ଜଣକ ଛନ୍ଦିହୋଇଯାଇଥିଲା। ସେଠାରୁ ଜାଦାଗାଡୁଲା ବସନ୍ତକୁ ଗିରଫ କରିବାପରେ ପଚରା ଉଚୁରା ବେଳେ ସେ ଜେକେପୁର =ନେହେରୁ ନଗରରେ ରହୁଥିବା କେ. ଚିନାରାଓ ଏହି ଯୋଜାନ ପ୍ରସ୍ତୁତ କରିଥିବା ସେ ସ୍ୱାକାର କରିଛି ବୋଲି ପୁଲିସ ଠାରୁ ପ୍ରକାଶ। ଏହି ଘଟଣାରେ ଜାଦାଗାଡୁଲା ବସନ୍ତଙ୍କୁ ଦଫା ୫୦୭, ୩୮୭, ୩୪ଆଇପିସି, ୨୭ଆର୍ମଆକ୍ଟ ଅନୁସାରେ ଗରିଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top