Home ଜିଲ୍ଲା ପରିକ୍ରମା ଧାମରା ମନକୀ ବାତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି

ଧାମରା ମନକୀ ବାତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି

38

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ରେ ଥିବା ଜେ ଜେ ରିସର୍ଟ ଠାରେ ପ୍ରଧାନମନ୍ତ୍ରୀଙ୍କ ମନକୀବାତ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପିଡୀତାଙ୍କ ପରିବାରକୁ ନିଶ୍ଚୟ ନ୍ୟୟ ମିଳିବା ନେଇ ଦୃଢୋକ୍ତି ପ୍ରକାଶ କରିବା ସହଏହି ଘଟଣା ପଛରେ ଥିବା ଆତଙ୍କବାଦୀ ଏବଂ ଏହା ପଛରେ ଥିବା ଷଡଯନ୍ତ୍ରକାରୀ ଙ୍କ ବିରୁଦ୍ଧର କେବଳ ଭାରତ ନୁହେଁ ବିଶ୍ୱ ବ୍ୟାପୀ ନିନ୍ଦା ପ୍ରସ୍ଥାବ ମଧ୍ୟ ଆସିଥିଲା। ଧାମରାରେ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ,ପଂଚାୟତର ଗ୍ରାମବାସୀ, ସରପଂଚ ଏବଂ ବିଜେପି କର୍ମକର୍ତା ଓ ବୁଦ୍ଧିଜିବୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ରେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ଟିପଣୀ ଶୁଣି ଉତ୍ସାହିତ ହୋଇ ଧନ୍ୟବାଦ ଜଣାଇଛନ୍ତି। ମନ କି ବାତରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ବିଞାନ କାରିଗରୀ, ଚାରା ରୋପଣ, ଇଂରେଜ ମାନଙ୍କ ଅତ୍ୟାଚାର ,ଦେଶର ବିଭିନ୍ନତା ଆଦି ବିଷୟରେ ଲୋକଙ୍କୁ ଅବଗତ କରିଥିଲେ। ଆଜି ହୋଇଥିବା ଏହି ମନ କି ବାତ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ଅଜୟ ନାୟକ, ଦେବେନ୍ଦ୍ର ନାୟକ, ପାପା ଜେନା,ପ୍ରଦ୍ୱୀପ ରାଉତ, ପିତାମ୍ବର ଦାସ, ଟୁଲୁ ପ୍ରଧାନ, ଅତୁଲ ଜାନା, ଚନ୍ଦ୍ର ଶେଖର ଜେନା, ପ୍ରଦ୍ୱୀପ ବେହେରା, ସନାତନ ସାହୁ, କାର୍ତିକ ଗୁଡିଆ, ଅବଦୁଲ ଆହେଦ ଖାନ, ରବିନ୍ଦ୍ର ବାରିକ ,ନରହରି ମଲିକ,ଗଣେଶ ଦାସ ଙ୍କ ସମେତ ଧାମରା, ବାଂଶଡା, କଇଥଖୋଲା, ଜାଗୁଳା, ଦୋସିଙ୍ଗା, କରଞମାଳ, କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତର ଶତାଧିକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.