Home ଜିଲ୍ଲା ପରିକ୍ରମା ଧାମରା ଫେରିଘାଟକୁ ନାହିଁ ସରକାରୀ ଛାଟ ,ଲକଡାଉନ ନାମରେ ୪ଗୁଣା ଭଡା ନେଉଛନ୍ତି

ଧାମରା ଫେରିଘାଟକୁ ନାହିଁ ସରକାରୀ ଛାଟ ,ଲକଡାଉନ ନାମରେ ୪ଗୁଣା ଭଡା ନେଉଛନ୍ତି

125

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଦୀନାଳ ଘେରା ଚାନ୍ଦବାଲି ବ୍ଲକରେ ୯ଟି ଫେରିଘାଟ ଥିବା ବେଳେ ଏହି ଘାଟ ଉପରେ ଚାନ୍ଦବାଲି ବ୍ଲକ ପ୍ରଶାସନର କର୍ତୁତ୍ୱ ନାହିଁ । ୩୯ଟି ପଂଚାୟତର ୪ଲକ୍ଷ ଲୋକ ରାତିପାହିଲେ ବ୍ଲକର ଚର୍ତୁପାଶ୍ୱରେ ଥିବା ଫେରି ଘାଟଉପରେ ନିର୍ଭର କରିଥାନ୍ତି । ଏହି ଘାଟ ଗୁଡିକ ତିନିତର, ଧାନ ଖଣିଆ, ବାଲିଆପାଳ, ପଂଚୁଟିକ୍ରି, ବ୍ରହ୍ମଟିକ୍ରି,ବାଂଶଡା, ଚୌଧୁରୀ ଘାଟ ,ହବାଳିଘାଟ ଏବଂ ଆର୍ନ୍ତଜିଲ୍ଲା ସଂଯୋଗୀ କରଣ କାଳିନାଳୀ ଫେରି ଘାଟ । ଏହି ଫେରିଘାଟ ମଧ୍ୟରୁ ବାଂଶଡା, ଚୌଧୁରୀ ଏବଂ ହବାଳିଘାଟ ଦେଇ ଏସିଆ ମହାଦେଶର ଦ୍ୱିତୀୟ ବୃହତମ ବନ୍ଦରକୁ ଲୋକ ଯାତାୟତ ହେଉଥିବା ବେଳେ ଅନ୍ୟ ଘାଟଉପରେ ତଦନୁଯାୟୀ ଚାନ୍ଦବାଲି ବ୍ଲକର ଅଧିକାଂଶ ଲୋକ ନିର୍ଭର କରିଥାନ୍ତି । କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ମାର୍ଚ ୨୩ ତାରିଖ ରେ ଜନତା କର୍ଫୁ ଲାଗୁ କରିବା ପରେ ମାର୍ଚ ୨୪ ତାରିଖ ଠାରୁ ଲକ ଡାଉନ ଆରମ୍ଭ ହୋଇ ଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ତଥା କେନ୍ଦ୍ର ସରକାର ଗମନା ଗମନ ଉପରେ ରୋକ ଲଗାଇବା ସହ ଏହି ସମସ୍ତ ଫେରି ଘାଟରେ ଯାତାୟତ ନିଷିଦ୍ଧ କରିଥିଲେ । ଏହି ସମସ୍ତ ଫେରିଘାଟ ମଧ୍ୟରୁ ଧାମରାକୁ ସଂଯୋଗୀ କରଣ କରୁଥିବା ଚୌଧୁରୀ ଘାଟ,ହବାଳିଘାଟ ଏବଂ ବାଂଶଡା ଘାଟକୁ କୌଣସି ପରିସ୍ଥିତିରେ ସରକାର ନିଜ ଅକ୍ତିଆରକୁ ଆଣି ପାରି ନଥିଲେ ଏହାର ଏକମାତ୍ର କାରଣ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏହି ଫେରିଘାଟ ଉପରେ ନିର୍ଭର କରି ବହୁ ସମୟରେ ଧାମରା ଅଂଚଳକୁ ଆସିବା ସହ ପୁଲିସ ପ୍ରଶାସନ ମଧ୍ୟ ଏହି ଘାଟଦେଇ ଯାତାୟତ କରିଥାନ୍ତି ।

 

 

ଏଥିସହ ସାଧାରଣ ଜନତାଙ୍କ ନିହାତି ଅପରିହାର୍ଯ୍ୟ ଦ୍ରବ୍ୟ ପାଇଁ ସେମାନେ ମଧ୍ୟ ଚାନ୍ଦବାଲି, ମତୋ,ଘଂଟେଶ୍ୱର ଜିଲ୍ଲା ସଦର ମହକୁମା ଭଦ୍ରକ ଉପରେ ନିର୍ଭର କରିଥାନ୍ତି । ଲକ ଡାଉନର ନାମ ନେଇ ଏହି ସମସ୍ତ ଫେରିଘାଟର ମାଲିକ ମାନେ ସରକାରସ୍ଥିରୀକୃତ ଭଡା ଠାରୁ ୪-୫ଗୁଣା ଅଧିକ ଭଡା ଦାବୀ କରିବା ସହ ସାଧାରଣ ଜନତାଙ୍କ ଠାରୁ ଜୋର ଜବରଦସ୍ତ ଆଦାୟ କରିଥାନ୍ତି । ଆଜି ଭଳି ଦିନରେ ଗୋଟିଏ ବାଇକ ଭଡା ୫୦-୧୦୦,ଲୋକ ପ୍ରତି ଭଡା ୧୦-୨୦ ଏବଂ ସାଇକେଲ ପ୍ରତି ୨୦-୩୦ଟଙ୍କା ଫେରି ଘାଟମାଲିକ ସାଧାରଣ ଜନତାଙ୍କ ଠାରୁ ଆଦାୟ କରୁଛନ୍ତି । ଏହାର ପ୍ରତିବାଦ କଲେ ସେମାନଙ୍କୁ ଡଙ୍ଗାରୁ ଓହ୍ଲାଇ ଦିଆ ଯାଇଛି ବୋଲି ମଧ୍ୟ ଚାନ୍ଦବାଲି ବିଡିଓଙ୍କ ଠାରେ ଅଭିଯୋଗ ହୋଇଛି ।ଅନ୍ୟ ପକ୍ଷରେ ଧାମରା ଠାରେ ଥିବା ଆର୍ନ୍ତଜିଲ୍ଲା କାଳିନାଳୀ ଫେରିଘାଟରେ ୨କି.ମି ଜଳରାସ୍ତାକୁ ସର୍ବନିମ୍ନ ୭ଶହ ଟଙ୍କା ନଦେଲେ ପାରି କରିବାକୁ ଅମଙ୍ଗ ହୋଇଥାନ୍ତି ଏହି ଘାଟର ମାଲିକ ।ଚାନ୍ଦବାଲି ବ୍ଲକ ପ୍ରଶାସନ ଗୋଟିଏ ବାଇକ ପ୍ରତି ୧୦ଟଙ୍କା,ସାଇକେଲ ପ୍ରତି ୫ଟଙ୍କା ଏବଂ ଲୋକପ୍ରତି ୨ଟଙ୍କା ନେବାକୁ ଚାନ୍ଦବାଲି ବିଡିଓ ସ୍ତିରୀକୃତ କରିଥିବା ବେଳେ ଏହି ସମସ୍ତ ଫେରିଘାଟରେ ଏହି ସଂପର୍କିତ ଏକ ଚାଟ ଲଗାଇବାକୁ ଆଦେଶ ଦେଇଥିଲେ । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହି ଚାଟ ମାରିବାତ ଦୂରର କଥା ଆଜି ଭଳି ଦିନରେ ସାଧାରଣ ଜନତାଙ୍କୁ ଲକଡାଉନ ନାମରେ ଶୋଷଣ କରାଯାଉଛି ଏହି ବାବଦରେ ଚରଦିଆ ପଂଚାୟତବାସୀ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ । ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଲକଡାଉନର ନାମ ନେଇ ଅଂଚଳବାସୀ ଶୋଷିତ ହେଉଥିବା ବେଳେ ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି । କେଉଁ ପରିସ୍ଥିତିରେ ଆଖିବୁଜା ଦର ନେଇ ଅଂଚଳବାସୀ ଙ୍କୁ ଶୋଷଣ କରାଯାଉଛି ଏହାର ଉତର ରଖିବାକୁ ଯାଇ ଚାନ୍ଦବାଲି ଅତିରିକ୍ତ ବିଡିଓ ନିଜର ପ୍ରତିକ୍ରିୟା ରଖି କୁହନ୍ତି ଅଂଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି ମୁଁ ଏ ବିଷୟରେ ବିଡିଓଙ୍କ ସହ କଥାହେବି,ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସମସ୍ତ କଥା ପ୍ରଶାସନ କାନରେ ପଡିଥିଲେ ମଧ୍ୟ ପ୍ରଶାସନ ନୀରବ ରହିବା କଥାକୁ ସାଧାରଣ ଜନତା ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.