Home ଜିଲ୍ଲା ପରିକ୍ରମା ଧାମରା ପୋର୍ଟର ମନମାନୀ, ଭଦ୍ରକ ଜିଲା ଗାଡିକୁ ଅଣଦେଖା,ମା’ କାଳିତ୍ରା ଟ୍ରକ୍ ମାଲିକ ସଂଘ ପକ୍ଷରୁ...

ଧାମରା ପୋର୍ଟର ମନମାନୀ, ଭଦ୍ରକ ଜିଲା ଗାଡିକୁ ଅଣଦେଖା,ମା’ କାଳିତ୍ରା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

31

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଅଣଦେଖା କରୁଛି ଧାମରା ପୋର୍ଟ। ଏ ନେଇ ଆଜି ମା କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି। ଦିବିପତ୍ରରେ ଦର୍ଶାଯାଇଛି ଯେ ସଂଘର ଶହେରୁ ଅଧିକ ଟ୍ରକ ଥିବା ବେଳେ ସେମାନେ ପରିବହନ ପାଇଁ ଧାମରା ପୋର୍ଟକୁ ଗଲେ ସେମାନଙ୍କ ଗାଡିକୁ ଉଦେଶ୍ୟ ମୂଳକ ଭାବେ ଲୋଡ଼ ଦିଆ ଯାଉନାହିଁ। ବାହାର ଜିଲ୍ଲାର ଗାଡିକୁ ପ୍ରଶୟ ଦେଇ ଲୋଡ଼ ଦିଆଯାଉଛି। ଫଳରେ ଋଣ ଆଣି ଟ୍ରକ୍ ବ୍ୟବସାୟ କରୁଥିବା ଶିକ୍ଷିତ ବେକାର ଯୁବକମାନେ ଏବେ ଆର୍ଥିକ ଦୂରାବସ୍ଥାରେ ଗତି କରୁଛନ୍ତି। ଏ ସଂପର୍କରେ ଭଦ୍ରକ ଟ୍ରକ ମାଲିକ ସଂଘ ମନ୍ତ୍ରୀ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ମଧ୍ୟ ସୁଫଳ ମିଳୁନାହିଁ। ଏହି ସମସ୍ୟାର ସମାଧାନ ନହେଲେ ଆସନ୍ତା ଜୁଲାଇ ୨ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.