Home ଜିଲ୍ଲା ପରିକ୍ରମା ଧାମରା ଜେଜେ ରିସୋର୍ଟ ହୋଟେଲରୁ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର : ପୁଅକୁ ମାରି ଟଙ୍ଗାଇ...

ଧାମରା ଜେଜେ ରିସୋର୍ଟ ହୋଟେଲରୁ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର : ପୁଅକୁ ମାରି ଟଙ୍ଗାଇ ଦେଇଥିବା ଅଭିଯୋଗ ଆଣିଲେ ମା

108

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଥିବା ଜେଜେ ରିସୋର୍ଟ ହୋଟେଲରୁ ଆଜି ଏକ କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି କିନ୍ତୁ ପରିବାରର ଏକମାତ୍ର ରୋଜଗାର କ୍ଷମ ପୁଅକୁ ମାରି ଟଙ୍ଗାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକର ମା ସରସ୍ୱତୀ ପାତ୍ର । ଖବରରୁ ପ୍ରକାଶ କରଞ୍ଜମାଳ ପଂଚାୟତର ଶମ୍ଭୁନାଥ ପାତ୍ର ନାମକ ଯୁବକ ଦୀର୍ଘ ୫ବର୍ଷ ହେବ ଧାମରା ସ୍ଥିତ ଜେଜେ ରିସୋର୍ଟ ହୋଟେଲରେ କର୍ମଚାରୀ ଭାବରେ କାର୍ଯ୍ୟ କରି ଆସୁଥିଲା । କୌଣସି କାରଣରୁ ଆଜି ସକାଳ ସମୟରେ ଶମ୍ଭୁନାଥ ହୋଟେଲ ମଧ୍ୟରେ ଥିବା ସିଡି ରେ ଲାଗିଥିବା ରେଲିଂରୁ ଫାଶି ଦେଇଥିଲା । ହୋଟେଲ କର୍ମଚାରୀ ମାନେ ଶମ୍ଭୁନାଥର ଝୁଲନ୍ତା ଶବକୁ ଦେଖି ଧାମରା ଥାନାରେ ଖବର ଦେବା ପରେ ଧାମରା ପୁଲିସ ଯାଇ ତରବରିଆ ଭାବେ ଶବକୁ ଜବତ କରି ଭଦ୍ରକକୁ ବ୍ୟବଛେଦ ପାଇଁ ପଠାଇଥିଲେ । ପରେ ଶମ୍ଭୁନାଥର ମୃତ୍ୟୁ ଖବର ଶମ୍ବୂନାଥ ର ମା ସରସ୍ୱତୀକୁ ଦିଆଯାଇଥିଲା ।ଶମ୍ଭୁନାଥର ମା ଆସି ହୋଟେଲରେ ନିଜର ପୁଅର ଶବକୁ ଦେଖିବା ପାଇଁ ଇଛା ପ୍ରକାଶ କରିଥିଲେ ମଧ୍ୟ ସେତେବେଳକୁ ଶମ୍ଭୁନାଥର ଶବ ବ୍ୟବଛେଦ ପାଇଁ ପଠାଇ ଦିଆ ଯାଇଥିଲା ।ଏହି ଖବର ପାଇବା ପରେ କରଞ୍ଜମାଳ ପଂଚାୟତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏକମାତ୍ର ରୋଜଗାରକ୍ଷମ ପୁତ୍ରକୁ ହରାଇ ଶମ୍ଭୁନାଥର ମା ସରସ୍ୱତୀ ପାତ୍ର ପୁଅ କାର୍ଯ୍ୟ କରୁଥିବା ଜେଜେ ରିସୋର୍ଟ ମାଲିକଙ୍କ ନାମରେ ଧାମରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଧାମରା ଥାନାରେ ୩/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରୀ ରହିଛି ବୋଲି ଧାମରା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.