Home ଜିଲ୍ଲା ପରିକ୍ରମା ଧାମରାରେ ବିଜେପି ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ, ପରିବାର ବାଦକୁ ବାଦ୍ ଦେବାକୁ ନେଇ...

ଧାମରାରେ ବିଜେପି ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ, ପରିବାର ବାଦକୁ ବାଦ୍ ଦେବାକୁ ନେଇ ୨ ଗୋଷ୍ଠୀ ଅଲଗା ପାଳିବେ ବୋଇତ ବନ୍ଦାଣ

25

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୭ବର୍ଷ ହେବ ବିଜେପି ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇ ଆସୁଛି। ଏହି ଦଳ ପକ୍ଷରୁ ଏହାର ନାମ ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ ନାମରେ ନାମିତ । ଚଳିତ ବର୍ଷ ଏହା ୮ମ ବର୍ଷରେ ପଦାର୍ପଣ ମଧ୍ୟ କରିଛି। ମାତ୍ର ଏହି ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ ହୋଇ ପଡିଥିବା ବେଳେ, ଧାମରାରେ ଏହି ବୋଇତ ବନ୍ଦାଣ ଉତ୍ସବରେ ନିର୍ମାଣ ହୋଇଥିବା ବ୍ୟାନରକୁ ନେଇ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇ ଗୋଷ୍ଠୀ ଏହି ଉତ୍ସବକୁ ସରସ ସୁନ୍ଦର କରି ଅଲଗା ଭାବେ ପାଳନ କରିବାକୁ ମନସ୍ଥ ମଧ୍ୟ କରିଛି। ଏହାର ଏକମାତ୍ର କାରଣ ଏହି ବୋଇତ ବନ୍ଦାଣ ପାଇଁ ନିର୍ମାଣ ହୋଇଥିବା ବ୍ୟାନର। ନିର୍ମାଣ ହୋଇଥିବା ବ୍ୟାନରେ ଧାମରା ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ କାଲା ଜେନାଙ୍କ ଫଟୋ ଏବଂ ଜାଗୁଳା ପଂଚାୟତର ପୂର୍ବତନ ଶିକ୍ଷକ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନ ଙ୍କ ଫଟୋ ସ୍ଥାନିତ ହେବା ସହ ଏହି ଫଟୋ ପାଖରେ ଲେଖାଯାଇଛି “ସ୍ମୃତିରେ” କୁ ନେଇ ରାଜନୀତି ସରଗରମ ହୋଇ ପଡିଛି। ଏହି ପଂଚାୟତର ର ସଭାପତି ପ୍ରଦ୍ୱୀପ ରାଉତଙ୍କ ମତରେ ଏହି ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବକୁ ସ୍ୱର୍ଗତ କାଲା ଜେନା ଅଥବା ତ୍ରିଲୋଚନ ପ୍ରଧାନ ଆରମ୍ଭ କରି ନଥିଲେ ଅଥବା ସେମାନଙ୍କର ଭୂମିକା ମଧ୍ୟ କିଛି ନଥିଲା। ସେମାନେ ଅନ୍ୟ ଏକ ଆଂଚଳିକ ଦଳରେ ଥିବା ବେଳେ ବିଜେପି ଭଳି ଏକ ରାଷ୍‌୍ରୀୟ ଦଳରେ ସେମାନେ ମଧ୍ୟ ସଭ୍ୟ ଭାବେ ନଥିଲେ, ତେଣୁ ସେମାନଙ୍କ ଫଟୋ ଏହି ବ୍ୟାନରରେ ସ୍ଥାନ ପାଇବା ଏକ ଦୁଃର୍ଭାଗ୍ୟ ଜନକ । ଏହାକୁ ନେଇ ବିଜେପିର ଏକ ଗୋଷ୍ଠୀ ଅନ୍ୟ ଏକ ସ୍ଥାନରେ ଏହି ଉତ୍ସବ କୁ ପାଳନ କରିବାକୁ ସଜବାଜ ହେଲେଣି। ଏହାଫଳରେ ବିଜେପିର ଗୋଟିଏ ଗୋଷ୍ଠୀ ନିଜର ପରିବାରକୁ ନେଇ ରାଜନୀତି କରିବାକୁ ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ସଂପୂର୍ଣ ବିରୋଧ କରୁଛି। ତୁରନ୍ତ ଏହାର ସୁସମାଧାନ ନ ହେଲେ ଧାମରା ରେ ବିଜେପିର ୨ଟି ଗୋଷ୍ଠୀ ଅଲଗା ଭାବେ ଏହାକୁ ପାଳନ କରିବେ ବୋଲି ମତ ପ୍ରକାଶ ପାଇଛି। ଏହି ସମସ୍ୟା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ କାହାକୁ କିଏ ସମର୍ଥନ କରିବେ ତାହା ଆଲୋଚ୍ୟର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.