Home ଜିଲ୍ଲା ପରିକ୍ରମା ଧାମରାରେ ପର୍ଯ୍ୟଟନ ଶିଳ୍ପକେନ୍ଦ୍ର ସ୍ଥାପନା ପାଇଁ ପର୍ଯ୍ୟଟନ ସଚିବଙ୍କ କ୍ଷେତ୍ରୀୟ ପରିଦର୍ଶନ

ଧାମରାରେ ପର୍ଯ୍ୟଟନ ଶିଳ୍ପକେନ୍ଦ୍ର ସ୍ଥାପନା ପାଇଁ ପର୍ଯ୍ୟଟନ ସଚିବଙ୍କ କ୍ଷେତ୍ରୀୟ ପରିଦର୍ଶନ

29

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାର ସମୟ ଆସିଛି ଏହି ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିଲେ କେବଳ ପର୍ଯ୍ୟଟନ ମାନଚିତ୍ରରେ ନୁହେଁ ଦେଶର ଆର୍ଥିକ ଅଭିବୃଦ୍ଧିର ବିକାଶ ହେବ । ଏହି ପରିପ୍ରେକ୍ଷୀରେ ଧାମରା ନିକଟସ୍ଥ ଚନ୍ଦନୀପାଳ ବେଳାଭୂମିରେ ପର୍ଯ୍ୟଟନ ର ବିକାଶ କରିବା ପାଇଁ ଆଜି ପର୍ଯ୍ୟଟନ ଶଚିବ ବଳବନ୍ତ ସିଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରୁ ବନବିଭାଗର ଏକ ବୋଟ ଯୋଗେ ଆସିବା ସହ ବଙ୍ଗୋପସାଗର ମୁହାଣ , ଚନ୍ଦନୀପାଳ,ଧାମରା ବନ୍ଦର(ଆଦାନୀ), ମନ୍ତେଇ ନଦୀର ମୁହାଣ ଏବଂ ବୈତରଣୀ ନଦୀର ଉତ୍ପତି ସ୍ଥଳ ଗୁଡିକୁ ବୁଲି ଦେଖିବା ପରେ ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ସକାଳ ୧୦.୩୦ରେ ପଂହଚିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ , ଉପ ଜିଲ୍ଲାପାଳ ଶୌରଭ ଚକ୍ରବର୍ତୀ,ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, ଭଦ୍ରକ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ ପ୍ରମୁଖ ଚନ୍ଦନୀପାଳ ଠାରେ ଉପସ୍ଥିତ ଥିଲେ। ଧାମରା ରାଜସ୍ୱ ନିରୀକ୍ଷକ ଚନ୍ଦନ ବେହେରା, ଅମିନ ନିରଞ୍ଜନ ନାୟକ, ଚାନ୍ଦବାଲି ତହସିଲଦାର ପ୍ରମୁଖ ଚନ୍ଦନୀପାଳ ଠାରେ ଥିବା ଅମର ନଗର ମୌଜା, ଖାତା ନଂ ୧୧, ପ୍ଲଟ ନଂ୩୧୯ରେ ଥିବା ଏ୧୦.୫୬କର ଏବଂ ପ୍ଲଟ ନଂ ୩୨୧ରେ ଥିବା ଏ୨୨.୯୪କର ଗ୍ରାମ୍ୟ ଜଙ୍ଗଲ ଜମିକୁ ଦେଖାଇଥିଲେ। ଏହି ୨ଟି ପ୍ଲଟରେ ଥିବା ଏ୩୩.୫କର ଜମି ପର୍ଯ୍ୟଟନ ପାଇଁ ଉପଯୋଗୀ ହେବ ବୋଲି ପର୍ଯ୍ୟଟନ ଶଚିବ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଭାରତର ଅନ୍ୟ ରାଜ୍ୟ ଭଳି ଯଥା ଗୋଆ, ଓଡିଶାର ପୁରୀ, ପଶ୍ଚିମବଙ୍ଗର ଦୀଘା,ଆଣ୍ଡାମାନ ନିକୋବର, କେରଳର କୋଭାଲମ,କର୍ଣାଟକର ଗୋକର୍ଣ,ଓଡିଶାର ଚାନ୍ଦିପୁର ଏବଂ ଗୋପାଳପୁର ଭଳି ଚନ୍ଦନୀପାଳ ଠାରେ ସମୁଦ୍ରତଟରେ ଏହି ପର୍ଯ୍ୟଟନ ଶୋଭାରାଜି ବାହାର ରାଷ୍ଟ୍ର ତଥା ଭାରତର ବହୁ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ପାରିବ ବୋଲି ମତ ପ୍ରକାଶ ପାଇଥିଲା।ଅଲିଭରିଡଲେ କଇଁଛ ମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା, ଏକକୁଳା ଆଦି ସ୍ଥାନ ପୃଥିବୀ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ରାଜ୍ୟ ସରକାର ୧୨୦ କୋଟି ଟଙ୍କା ବ୍ୟୟରେ ଧାମରା ନିକଟସ୍ଥ କାଳୀନାଳୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ରୋଲଅନ ରୋଲ ଅଫ ଜେଟୀ ନିର୍ମାଣ ହେଉଥିବା ବେଳେ ଏହା ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଂଟ ସଦୃଶ। ଏହା ଫଳରେ ବାହାର ରାଜ୍ୟର ପର୍ଯ୍ୟଟକ ମାନେ ଧାମରା ଆସିବା ସହ ଏଠାରୁ ସିଧାସଳଖ ଭିତରକନିକା ଯାଇ ପାରିବେ। ଏହା ଫଳରେ ପର୍ଯ୍ୟଟନ ଶିଳ୍ପ , ପରିବେଶ କ୍ଷେତ୍ରରେ ସଚେତନତା ସୃଷ୍ଟି , ପରିବେଶ ସନ୍ତୁଳିତ ଏବଂ ଲୋପ ପାଇ ଯାଉଥିବା ପ୍ରଜାତି ମାନଙ୍କ ସଂରକ୍ଷଣ ପାଇଁ ମଧ୍ୟ ସଚେତନତା କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.