Home ଜିଲ୍ଲା ପରିକ୍ରମା ଧାମରାରେ କେନ୍ଦ୍ରୀୟ ଟିମ ତଦାରଖ ପରେ ଆଶ୍ୱାସନା ଦେଇ ଫେରିଲେ

ଧାମରାରେ କେନ୍ଦ୍ରୀୟ ଟିମ ତଦାରଖ ପରେ ଆଶ୍ୱାସନା ଦେଇ ଫେରିଲେ

10

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପାଳଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମର ୨ଜଣ ସଦସ୍ୟ ଧାମରା ରେ ପହଂଚିବା ପରେ ଧାମରା ବନ୍ଦର ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ପରେ କେନ୍ଦ୍ରୀୟ ଟିମରେ ସାମିଲ ଥିବା ସୁଶାନ୍ତ କୁମାର ସାମଲ (ଡାଇରେକ୍ଟର ଅଫ ଏାତେର ରିସୋରର୍ସ) ଏବଂ ଡ.ମାନ ସିଂ (କେନ୍ଦ୍ରୀୟ କୃଷି ନିର୍ଦେଶକ ଭାରତ ସରକାର) ଆସି ଧାମରା ଅଂଚଳରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଦୋସିଙ୍ଗା ପଂଚାୟତର , ବାଲିସାହି ଚନ୍ଦନୀପାଳ ବାଂଶଡା ପଂଚାୟତ କରଞମାଳ ପଂଚାୟତ ଆଦି ବୁଲି ଦେଖିଥିଲେ। ଏଥିସହ ସଂପୃକ୍ତ ଅଧିକାରୀ ମାନେ ଧାନ ବିଲ ଗୁଡିକୁ ବୁଲି ଦେଖିବା ସହ ଧାନ ବିଲରେ ଜମି ରହିଥିବା ପାଣି କାହିଁକି ଜମି ରହିଛି ଏବଂ ଏହି ପାଣି ନିଷ୍କାସନ କିପରି ହୋଇ ପାରିବ ଏବଂ ଏଥିପ୍ରତି ବ୍ୟାଘାତ ସୃଷ୍ଟି କରୁଥିବା ବିଷୟରେ ପଚାରି ବୁଝିଥିଲେ। ଏହି ସମସ୍ତ ଅଂଚଳ ବୁଲିବା ପରେ ସଂପୃକ୍ତ ଅଧିକାରୀ ଏକ ଚୁଡାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ନିଜ ପ୍ରତିକ୍ରିୟା ରେ କହିଥିଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାନା ବାତ୍ୟାରେ ହୋଇ ଥିବା କ୍ଷୟକ୍ଷତି ବିଷୟରେ ଦାବୀ ରଖିବା ସହ କେନ୍ଦ୍ରୀୟ ଅନୁଦାନ ପାଇଁ ମଧ୍ୟ ଦାବୀ କରିଥିଲେ। ଏହି ଦାବୀ କୁ ନଜରରେ ରଖି ଆଜି ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ଦଲ ସମସ୍ତ ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ପରେ କେନ୍ଦ୍ର ସରକାର ଏହି ବାତ୍ୟା ଦାନା ସମୟରେ ହୋଇଥିବା କ୍ଷୟକ୍ଷତ ଆକଳନ କରିବା ପରେ ଯାହା ଚୁଡାନ୍ତ ନିଷ୍ପତି ନେବେ। ଆଜି ଆସିଥିବା କେନ୍ଦୀୟ ଟିମରେ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର, ଚାନ୍ଦବାଲି ବିଡିଓ, ଜିଲ୍ଲା ତଥା ବ୍ଲକ କୃଷି ଅଧିକାରୀ, ରାଜସ୍ୟ ନିରୀକ୍ଷକ , ଜିଲ୍ଲା ମତ୍ସ୍ୟ ଅଧିକାରୀ, ଏବଂ ପୁଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ କେନ୍ଦ୍ରୀୟ ଟିମ ଦାନା ସମୟରେ କ୍ଷୟକ୍ଷତି ହୋଇଥିବା ସାଧାରଣ ଜନତା ଏବଂ ଚାଷୀଙ୍କୁ ନିଶଯଚୟ ସହାୟତା କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଭଦ୍ରକ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.