Home ଜିଲ୍ଲା ପରିକ୍ରମା ଧାମରାରେ ଅମାନିଆଙ୍କ ପାଖରୁ ୨୦ ହଜାର ଆଦାୟ

ଧାମରାରେ ଅମାନିଆଙ୍କ ପାଖରୁ ୨୦ ହଜାର ଆଦାୟ

30

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ ସମୟରେ ଅମାନିଆଙ୍କ ପାଖରୁ ୨୦ହଜାର ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି । ଧାମରାରେ ଅବସ୍ଥାପିତ ଅତିରିକ୍ତ ତହସିଲଦାର ଦୀପ୍ତିରଞ୍ଜନ ଜେନା ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ଦାସ ମହାପାତ୍ର ପ୍ରମୁଖ ଅତର୍କିତ ଚଢାଉ କରି ଏହି ଫାଇନ ଆଦାୟ କରିଥିବା ଜଣାଯାଇଛି । କଇଥଖୋଲା ଠାରେ ଥିବା ମା’ କାଳି ବସ୍ତ୍ରାଳୟ ସନ୍ଧ୍ୟା ସମୟରେ ନିଜ ୍‌ଦୋକାନ ଖୋଲି ବ୍ୟବସାୟ କରୁଥିବା ବେଳେ ଅତିରିକ୍ତ ତହସିଲଦାର ପହଂଚି ସେଠାରେ ସେହି ଦୋକାନକୁ ୩ ଦିନ ପାଇଁ ସିଲ କରିଥିବା ବେଳେ ତାଙ୍କ ପାଖରୁ ୫ହଜାର ଟଙ୍କା ଫାଇନ ଆଦାୟ କରିଥିବା ବେଳେ ଅନ୍ୟ ଦୋକାନ ମାନଙ୍କରୁ ୧୫ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଏହିପରି ସମୁଦାୟ ୨୦ହଜାର ଟଙ୍କା ଫାଇନ ଆଦାୟ କରିଥିବା ଜଣାଯାଇଛି । ଧାମରା ଅଂଚଳରେ ଅତିରିକ୍ତ ତହସିଲଦାର ଡେରା ପକାଇ ରହିଥିବା ବେଳେ ଅମାନିଆ ମାନଙ୍କୁ ବାଟକୁ ଆଣିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।କରୋନାର ଦ୍ୱିତୀୟ ଲହର ସମୟରେ ଧାମରା,କଇଥଖୋଲା,ଦୋସିଙ୍ଗା ବଜାର ଠାରେ ଥିବା ଚା’ ଦୋକାନ ମାନଙ୍କରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଥିବା ବେଳେ ସେହି ସ୍ଥାନ ଗୁଡିକ ପ୍ରତି ପ୍ରଶାସନ ନଜର ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.