Home ଜିଲ୍ଲା ପରିକ୍ରମା ଧାମରାରେ ଅଗ୍ନିକାଣ୍ଡ, ୮ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ, ପୁଲିସ ଜନତା ଧସ୍ତାଧସ୍ତି,...

ଧାମରାରେ ଅଗ୍ନିକାଣ୍ଡ, ୮ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ, ପୁଲିସ ଜନତା ଧସ୍ତାଧସ୍ତି, ସରପଂଚଙ୍କ ପ୍ରତିନିଧି ପାଇଁ ବର୍ତ୍ତିଲେ ଥାନାଧିକାରୀ

41

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ବଜାର ଠାରେ ଅଗ୍ନିକଣ୍ଡ ଘଟି ୮ଟି ଦୋକାନ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ ଗ୍ୟାସ ଚୁଲା ନିଆଁରୁ ଗୋଟିଏ ଦୋକାନ ଘରେ ନିଆଁ ଲାଗିଥିଲା। ପରେ ସେହି ଦୋକାନରୁ ନିଆଁ ପାଖ ଦୋକାନକୁ ବ୍ୟାପିଥିଲା। ପ୍ରଥମ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଏହା ଫଳରେ ଅନ୍ୟ ଦୋକାନରେ ଥିବା ଆଉ ୨ଟି ଗ୍ୟାସ ସିଲିଣ୍ଡର ମଧ୍ୟ ବିସ୍ପୋରଣ ଘଟିଥିଲା। ନିଆଁ ଏତେ ବ୍ୟାପକ ଥିଲା ଯେ ସାଧାରଣ ଜନତା ନିଆଁ ପାଖକୁ ଯାଇ ପାଣି ଢାଳି ନିଆଁ ଲିଭାଇବାକୁ ସାହାସ ଜୁଟାଇ ପାରି ନଥିଲେ। ଫଳରେ ଗୋଟିଏ ଲାଇନରେ ଥିବା ୮ଟି ଦୋକାନ ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଏହି ନିଆଁ ଲାଗିବା ସମୟରେ ସ୍ଥାନୀୟ ଜନସାଧାରଣ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ ମାତ୍ର ଫୋନ ପାଇବାର ୪୫ ମିନଟ ପରେ ମଧ୍ୟ ୭କି.ମି ଦୂରରେ ଥିବା ଧାମରା ଅଗ୍ନିଶମ ବାହିନୀ ଯାଇ ପହଂଚି ପାରି ନଥିଲେ। ଅନ୍ୟ ପକ୍ଷରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ସାଙ୍ଗକୁ ଦୋକାନ ଉପରେ ଯାଇଥିବା ୩୩ କେଭି ଲାଇନ ଛିଡିବା ଭୟରେ ସାଧାରଣ ଜନତା ମଧ୍ୟ ନିଆଁ ଠାରୁ ଦୂରରେ ରହିଥିଲେ।

ସଂପୂର୍ଣ୍ଣ ନିଆଁ ଲିଭିବା ପୂର୍ବରୁ ଧାମରା ଅଗ୍ନିଶମ ବାହିନୀ ଯାଇ ଘଟଣା ସ୍ଥଳରେ ପହଂଚିଥିଲେ ମାତ୍ର ସେହି ଗାଡିରେ ଥିବା ପାଣି ଟାଙ୍କିରେ ଅଳ୍ପ ପରିମାଣର ପାଣି ଥିବାରୁ ତାହା ଗୋଟିଏ ଦୋକାନକୁ ମଧ୍ୟ ଲିଭାଇବାରେ ସଫଳ ହୋଇ ନଥିଲା। ପରେ ଧାମରା ବନ୍ଦର କର୍ତୁପକ୍ଷ ଆଉ ୨ଟି ଦମକଳକୁ ଘଟଣାସ୍ଥଳକୁ ପଠାଇଥିଲେ। ଏହି ସମୟରେ ସ୍ଥାନୀୟ ଜନତା କାହିଁକି ଏତେ ଡେରିରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଆସିଲେ ବୋଲି ଉତ୍ୟକ୍ତ ହୋଇ ଅଗ୍ନିଶମ ବାହିନୀର ଗାଡିକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଉପସ୍ଥିତ ଥିବା ପୁଲିସ ଏବଂଜନତା ମୁହାଁମୁହିଁ ହୋଇଥିଲେ। ସାଧାରଣ ଜନତାଙ୍କୁ ପୁଲିସ ନାଲିଆଖି ଦେଖାଇଥିବା ନେଇ ଅଭିଯୋଗ ହୋଇଛି। ପରେ ଘଟଣାସ୍ଥଳରେ ସମସ୍ତ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ ମଧ୍ୟ ନିଆଁ ର ପ୍ରକୋପରେ ୮ଟି ଦୋକାନୀର ଲକ୍ଷାଧିକ ଟଙ୍କାର ସମ୍ପତି ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା। କେଉଁ ପରିସ୍ଥିତିରେ ଘଟଣାସ୍ଥଳରେ ଜନତା ପୁଲିସ ମୁହାଁ ମୁହିଁ ହେଲା ଏବଂ ପୁଲିସ ଜନତାଙ୍କ ଆକ୍ରୋଶର ଶୀକାର ହେଲା ତାହା ପ୍ରଶ୍ନବାଚୀ ହୋଇପଡିଥିବା ବେଳେ ପୁଲିସ ପ୍ରଶାସନକୁ ରକ୍ଷା କରିବାକୁ ଯାଇ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ଆହତ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.