Home ଜିଲ୍ଲା ପରିକ୍ରମା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା

ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା

13

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରାରେ ଥିବା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧାମରା ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ସହ ଏହି ଗ୍ରାମରେ ରାସ୍ତା ଘାଟ ସଫେଇ, ପ୍ଲାଷ୍ଟିକ ଆବର୍ଜନା ମୁକ୍ତ, ଅଂଚଳରେ ଶିକ୍ଷାର ପ୍ରଚାର ପ୍ରସାର, ପରିବେଶ ପ୍ରଦୁଷଣରୁ ଅଂଚଳକୁ ମୁକ୍ତ ରଖିବା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଧାମରା ଗ୍ରାମ ତଥା ଏହି ଅଂଚଳର ଜନସାଧାରଣଙ୍କୁ ସଚେତନ କରାଇବା ସହ ସଫେଇ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଏହି କ୍ୟାମ୍ପରେ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିବା ସହ ସମସ୍ତ ଛାତ୍ରଛାତୀ ମାନଙ୍କୁ ଏହି ସେବାରେ ବ୍ରତୀ ହେବା ପାଇଁ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ଦାସ, ବିଜୟ କୁମାର ସାହୁ, ମନୋରଞ୍ଜନ ମଲିକ, ନିଶାକର ପାତ୍ର, ଲକ୍ଷ୍ମୀଧର ବେହେରା, ବିଜୟ କୁମାର ରାଉତ, ଅଧ୍ୟାପିକା ମହିମା ପଲେଇ, ଜ୍ୟୋର୍ତିମୟୀ ବାରିକ, ପୂଜା ମାହୁନ୍ତ ଏବଂ ମାନସ ରଞନ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଜାତୀୟ ସେବା ଯୋଜନା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ରାଜେନ୍ଦ୍ର ନାରାୟଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.