Home ଜିଲ୍ଲା ପରିକ୍ରମା ଧାମନଗର – ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଧାମନଗର – ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

25

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବଡ଼ବଜାର ଠାରେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ବାଲିବୋଝେଇ ଟ୍ରକ୍ ଜଣେ ବୁଲେଟ ଆରୋହୀଙ୍କୁ ଧକ୍କାଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାଥାଉକି ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ ବାଲିବୋଝେଇ ଟ୍ରକ୍ ଓଡ଼ି୨୨-ଏମ୍‌-୯୯୪୪ ହାଇୱା ଭଦ୍ରକ ଆଡ଼କୁ ଯାଉଥିବାବେଳେ ବିପରିତ ଦିଗରୁ ଓଡ଼ି୨୨-ଏମ୍‌-୦୪୭୦ ଏକ ବୁଲେଟଟି ଧକ୍କା ଦେଇଥିଲା। ସଂଗେ ସଂଗେ ମାନବିକତା ଦେଖାଇ ଟ୍ରକ୍‌ଡ଼୍ରାଇଭର ଆହତ ବ୍ୟକ୍ତିଙ୍କୁ ଧାମନଗର ପରେ ଭଦ୍ରକ ଡ଼ାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଛି। ତେବେ ଆହତ ଯୁବକର ପରିଚୟ ମିଳିନଥିବାବେଳେ ନମ୍ବର ପ୍ଲେଟର ଆପ ମାଧ୍ୟମରେ ଜଣାଯାଇଛି ଉକ୍ତ ବୁଲେଟଟି ରଂଜିତା ମହାପାତ୍ରଙ୍କ ନାମରେ ରହିଛି। ତେବେ ଧାମନଗର ପୋଲିସ ଦୁର୍ଘଟଣା ଘଟାଇଥିବା ବାଲିଟ୍ରକ୍ ଓ ବୁଲେଟକୁ ଥାନାରେ ରଖିଛନ୍ତି। ତେବେ ଥାନାରେ ଆହତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇନାହିଁବୋଲି ଧାମନଗର ଥାନା ସୂତ୍ରରୁ ପ୍ରକାଶ। ସେହିପରି ଆଜିସକାଳେ ଅର୍ଜ୍ଜୁନପୁର ପଂଚାୟତ ମଠସାହି ଗ୍ରାମର ପତିକାନ୍ତ ଦାସ(ସୁକୁଟା-୩୫) ଏକ ବାଇକ୍ ଯୋଗେ ଯାଉଥିବାବେଳେ ଏକ ଟ୍ରାକ୍ଟରକୁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.