Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ

ଧାମନଗର ମହାବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ

9

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ଅବସରରେ +୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏମ୍‌ଡି ଇସ୍ରାଇଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃମିରୋଗ ବ୍ୟାପିବାର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲେ । ସଭାରେ ଧାମନଗର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡା ଓ ତାଙ୍କ ସହଯୋଗୀ ତଥା ଦୋବଲ ଗୋଷ୍ଠୀ ଶିକ୍ଷା ସାଧନ ଅଧିକାରୀ ହପ୍ପା ମାରାଣ୍ଡି ପ୍ରମୁଖ ଯୋଗଦେଇ +୨ କିଶୋର ଓ କିଶୋରୀ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ଓ ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦେଇଥିଲେ । କୃମିରୋଗ କିପରି ଅଧିକରୁ ଅଧିକ ନବ୍ୟାପିବ, ସେ ବିଷୟରେ ଗୁରୁତ୍ୱ ଆରୋପ କରିବା ସହିତ ନିଜେ କୃମି ନାଶକ ଔଷଧ ସେବନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଔଷଧ ସେବନ କରାଇଥିଲେ । ଏହି ସଭାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡ. ମନୋଜ କୁମାର କର, ଚିନ୍ମୟ ଜେନା, ରେଡ୍‌କ୍ରସ୍ ଅଧିକାରୀ ଅଧ୍ୟାପିକା ସ୍ମରଣିକା ପ୍ରଧାନ, ଅମିତା ଦାସ, ସଜଲ କୁମାର ମହାନ୍ତି, ଆଶୀର୍ବାଦ ମହାନ୍ତି, ବାସ୍ତବିକା ଦାସ, କଲ୍ୟାଣୀ ଦାଶ, ଦେବାଶିଷ ମଲିକ, ସାଜିଆ ତମକିନ, ସୁଶ୍ରୀ ସଙ୍ଗୀତା ନାୟକ, ସତ୍ୟନ କୁମାର ଜେନା, ଶ୍ୱେତା ସାମିନି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିଚ୍ଛନ୍ନତା ସଂପର୍କିତ ସ୍ୱାସ୍ଥ୍ୟ ସଚେତନ କରାଇଥିଲେ । ସର୍ବଶେଷରେ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.