Home ଜିଲ୍ଲା ପରିକ୍ରମା ଧାମନଗର: ଭିନ୍ନକ୍ଷମକୁ ଏକ ବର୍ଷ ହେବ ମିଳୁନି ଭତା, ଭୋକ ଉପାସରେ ବିତୁଛି ଦିନ

ଧାମନଗର: ଭିନ୍ନକ୍ଷମକୁ ଏକ ବର୍ଷ ହେବ ମିଳୁନି ଭତା, ଭୋକ ଉପାସରେ ବିତୁଛି ଦିନ

14

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଦୋବଲ ନିକଟସ୍ତ ମୁସ୍ତାଫାପୁର ପଂଚାୟତ ର ଇମାନବେଢ଼ା ଗ୍ରାମର ଖେରୁଦ୍ଦିନ ଙ୍କ ପୁଅ ଫୟାଜୁଦ୍ଦିନ ଜନ୍ମରୁ ଦିବ୍ୟାଙ୍ଗ। ବୟସ ତାର ୧୯ ବର୍ଷ, ହାତ ଓ ଗୋଡ କାମ କରୁନଥିବା ସହିତ ମାନସିକ ସମସ୍ୟାରେ ପୀଡିତ, ଗୋଡ ଠିକସେ ପକାଇ ପାରୁ ନଥିବାରୁ ବିଛଣାରେ ପଡ଼ି ଜୀବନ କାଟୁଛନ୍ତି। ସୁଚନା ଥାଉକି ସେ ପୂର୍ବରୁ ଦିବ୍ୟାଙ୍ଗ ଭତା ପାଉଥିଲା, କିନ୍ତୁ ବର୍ତମାନ ସେ ଆଉ ଭତା ଟଙ୍କା ପାଉ ନାହିଁ । ତା ର ଆଙ୍ଗୁଠି ଓ ଆଖି କାମ କରୁନଥିବାରୁ ଆଧାର କାର୍ଡ ତିଆରି ହୋଇପାରୁନାହିଁ। ଆଧାରକାର୍ଡ ହୋଇ ପାରୁନଥିବାରୁ ତାଙ୍କ ପରିବାର ସରକାରୀ ସହାୟତା ରୁ ବଂଚିତ ହେଉଛନ୍ତି। ପୂର୍ବରୁ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଥିଲା ସେହି ବଳ ରେ ସେ ଭତା ପାଉଥିଲେ। ଏବେ ନେଟ ରେ ଆବେଦନ ପାଇଁ ସରକାରି ନିର୍ଦ୍ଦେଶ ପରେ ଆଧାରକାର୍ଡ ହେଇ ନ ପାରିବାରୁ। ତାଂକୁ ସମସ୍ତ ସରକାରି ଯୋଜନା ରୁ ବଂଚିତ ହେବାକୁ ପଡୁଛି। ଆଧାର କାର୍ଡ ନଥିବାରୁ ମଝିରେ ମଝିରେ ତାକୁ ବି ଡିଲର ବନ୍ଧ କରିଦେଉଛି ଚାଉଳ। ପରିବାର କହିଲେ ୫ ଜଣ, ସେଥି ମଧ୍ୟରୁ ଫୟାଜୁଦ୍ଦିନଙ୍କ ଚିକିତ୍ସା ପାଇଁ ପ୍ରତି ମାସ ଟଙ୍କା ଖର୍ଚ୍ଚ ହେଉଛି। ପୂର୍ବରୁ ତାଙ୍କୁ ୭–୮ ମାସର ଭତା ମିଳିଥିଲା, କିନ୍ତୁ ବର୍ତମାନ ୧ ବର୍ଷ ହେବ ଭତା ପାଇପାରୁ ନାହାନ୍ତି। ଯାହା ପରିବାର ପାଇଁ ସମସ୍ୟା ସୃଷ୍ଟି କରିଛି। ପରିବାର ପକ୍ଷରୁ ବ୍ଲକ ରୁ ଜିଲ୍ଲା ପର୍ଯ୍ୟନ୍ତ ସହାୟତା ପାଇବା ପାଇଁ ଦୌଡୁ ଥିଲେ ବି କୌଣସି ସୁଫଳ ମିଳୁନାହିଁ। ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେହି ପରିବାର କୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଧାମନଗର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯଶୋଦା ସାହୁ କୁହନ୍ତି, ତାଙ୍କର ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ନଥିବାରୁ ତାଙ୍କର ଭତା ବନ୍ଧ ହୋଇଯାଇଛି ତେବେ ଏ ଦିଗରେ ଜିଲ୍ଲାପାଳ ଙ୍କ ସହ ଯୋଗା ଯୋଗ କରିବାକୁ ଯଶୋଦା କହିଛନ୍ତି। ଏ ଦିଗରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରି ବନ ବିହାରି ଦିନ୍ଧା ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଥିଲେ ଏପରି ଅଭିଯୋଗ ମୋ ପାଖରେ ପହଞ୍ଚି ନାହିଁ ଅଭିଯୋଗ ଆସିଲେ କିପରି ସେ ସହାୟତା ପାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ତେବେ ଲୋକ ଙ୍କ ସରକାର ସ୍ୱଚ୍ଛତା କହୁଥିବା ବେଳେ ଜଣେ ଭିନ୍ନକ୍ଷମ ର ଏକ ବର୍ଷ ହେବ ତାଙ୍କର ଭତା ଟଙ୍କା ଙ୍କୁ ବନ୍ଦ କରିବା ସଧାରଣ ନାପସନ୍ଦ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.