Home ଜିଲ୍ଲା ପରିକ୍ରମା ଧାମନଗର – ବୃଦ୍ଧି ପାଉଛି କରୋନା ସଂକ୍ରମଣ:ଯାଂଚ କଡାକଡି

ଧାମନଗର – ବୃଦ୍ଧି ପାଉଛି କରୋନା ସଂକ୍ରମଣ:ଯାଂଚ କଡାକଡି

20

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ କିଛି ମାସ ବ୍ୟବଧାନ ପରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଇ ୪ ଦିନ ମଧ୍ୟରେ ଧାମନଗରରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପ୍ରଶାସନ ଆକ୍ସନ ମୁଡକୁ ଆସିଛି । ମାସ୍କ, ସାମାଜିକ ଦୂରତ୍ୱ ଓ ହେଲମେଟ ଯାଂଚକୁ କଡାକଡି କରିଛି । ଆଜି ସକାଳେ ଧାମନଗର ବଜାରରେ ପୁଲିସ ପକ୍ଷରୁ କଡାକଡି ଯାଂଚ କରାଯାଇଥିବା ବେଳେ ଅପରାହ୍ନରେ ଦୋକାନ ମାନଙ୍କ ମାସ୍କ ଯାଂଚକୁ ପୁଲିସ କଡାକଡି ଭାବେ ପାଳନ କରିଛି । ସନ୍ଧ୍ୟାରେ ଦୋବଲ ବଜାରରେ ପୁଲିସ ସାଧା ପୋଷାକରେ ପହଂଚି ନିଜ ମୋବାଇଲରେ ଫଟୋ ଉଠାଇବା ପରେ ଯେଉଁମାନେ ମାସ୍କ ନପିନ୍ଧିଛନ୍ତି ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରିଛି । ଯେଉଁ ଦୋକାନରେ ଅଧିକ ଗହଳି ରହିଛି ସେମାନଙ୍କୁ ତାଗିଦ ମଧ୍ୟ କରିଛି । ଏପରିକି ଆଜି ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ପୁଲିସ ଜୋରିମାନା ଆଦାୟ କରିଛି । ଏହି ଚଢଉରେ ଥାନାଧିକାରୀ ରତିକାନ୍ତ ଗିରିଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.