Home ଜିଲ୍ଲା ପରିକ୍ରମା ଧାମନଗର ବଜାର ରାସ୍ତା ଜବରଦଖଲ ନେଇ ବଢୁଛି ଦୁର୍ଘଟଣା- ହଟୁନି ସମସ୍ୟା

ଧାମନଗର ବଜାର ରାସ୍ତା ଜବରଦଖଲ ନେଇ ବଢୁଛି ଦୁର୍ଘଟଣା- ହଟୁନି ସମସ୍ୟା

28

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଜମିମାଫିଆଙ୍କର ପାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମାଫିଆମାନେ ବିଭିନ୍ନ ସରକାରୀ ଗୋଚର, ଅନାବାଦୀ ଓ ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରିବାରେ ବେସ୍ ମାହିର ଅଛନ୍ତି । କେତେକ ମୁଷ୍ଟିମେୟ ଲୋକ ଏହି ସବୁ ଯାଗାକୁ ଜବରଦଖଲ କରି ସ୍ଥାୟୀ ପକ୍କାଘର ନିର୍ମାଣ କରିଚାଲିଛନ୍ତି । ରାସ୍ତାରେ ଦୁଇପାଶ୍ୱର୍ରେ ମଧ୍ୟ ରାସ୍ତାକୁ ଲଗାଇ ସ୍ଥାୟୀ ଘର ଓ ଦୋକାନ ଗୃହ ନିର୍ମାଣ କରୁଥିବାରୁ ବିଭିନ୍ନ ସମୟରେ ରାସ୍ତା ଜାମହେବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ଯାନବାହନ ଅଟକି ରହୁଛି । ଏପରିକି ଜରୁରୀକାଳିନ ସେବା ଅର୍ଥାତ୍‌, ଆମ୍ବୁଲାନ୍ସ, ଦମକଳ ଓ ଜନନୀ ଏକ୍ସପ୍ରେସ ଆଦି ଜରୁରି ସେବାରେ ବ୍ୟାଘାତ ଘଟୁଛି । ସବୁଠାରୁ ବଡ଼ଘଟଣା ହେଲା ଧାମନଗରରୁ ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୀର୍ଘ ୧୫ବର୍ଷ ଧରି କାମ ଚାଲିଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହୋଇନଥିବାବେଳେ ନିକଟରେ ଏହି ସମସ୍ୟାର ପୁର୍ଣ୍ଣ୍ୟଛେଦପଡ଼ିଛି । ଧାମନଗର ବଜାରରୁ ୨ଶହ ମିଟର ପରେ ପାଟୁଳି ପର୍ଯ୍ୟନ୍ତ ଏହି ରାସ୍ତାକାର୍ଯ୍ୟ ମରାମତି ହୋଇଛି । ପରନ୍ତୁ ଏ ରାସ୍ତାର ମୁଖଶାଳା ଧାମନଗର ବଜାର ହୋଇଥିବାବେଳେ ଏହି ପ୍ରବେଶ ପଥର ରାସ୍ତା ସଂକୁଚିତ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ରାସ୍ତାରେ ଗୋଟିଏ ପାଶ୍ୱର୍ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଅନ୍ୟ ପାଶ୍ୱର୍ରେ କେତେକ ବ୍ୟକ୍ତି ନିଜର ଜାଗାକହି କୋର୍ଟରେ ଆଶ୍ରୟ ନେଇଥିବାରୁ ଜୈନିକ ବ୍ୟକ୍ତି ସେଠାରେ ରାସ୍ତାକାର୍ଯ୍ୟ କରାଇଦେଇନଥିଲେ । ଫଳରେ ଦୀର୍ଘବର୍ଷ ହେବ ଅର୍ଦ୍ଧନିର୍ମିତ ରାସ୍ତା ନିର୍ମାଣ ହୋଇ ପଡ଼ିରହିଥିବାରୁ ଲୋକମାନେ ଜିବା ଆସିବାରେ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏନେଇ ନିକଟରେ ବିଜେପି ଦଳପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀକରି ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବବୋଲି ମଧ୍ୟ ଚେତାବନି ଦେଇଥିଲେ ହେଲେ ତାହା କୌଣସି କାର୍ଯ୍ୟକାରୀ କରାଗଲାନାହିଁ । ତୁରନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହିତ ଉକ୍ତ ରାସ୍ତାର ଜବରଦଖଲ ହଟାଇ ରାସ୍ତାକୁ ସମ୍ପୁର୍ଣ୍ଣ କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.